ବର୍ଷେ ବାସନ୍ଦ ପରେ ଫେରିବେ ରସେଲ୍‌

ଜାମାଇକା: େଓ୍ଵଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ଗୋଟିଏ ବର୍ଷର ବାସନ୍ଦ ପରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହୋଇଗଲେଣି। ଓ୍ଵାଡା (ବିଶ୍ୱ ଡୋନିଂ ନିରୋଧୀ ସଂସ୍ଥା)ର ନିୟମ ଉଲଂଘନ କରିବା ଅଭିଯୋଗରେ ଜାମାଇକାର ଏକ ସ୍ୱତନ୍ତ୍ର ଟ୍ରିବୁନାଲ୍‌ ରସେଲଙ୍କୁ ଗତବର୍ଷ ଜାନୁଆରି ୩୧ ତାରିଖରେ ବାସନ୍ଦ କରିଥିଲା। ଏହାର ଅବଧି ଚଳିତ ବର୍ଷ ଜାନୁଆରି ୩୦ ତାରିଖରେ ଶେଷ ହୋଇଯାଇଛି। ଏହି ବର୍ଷକ ମଧ୍ୟରେ କୌଣସି କ୍ରିକେଟ୍‌ ଖେଳିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ତେବେ ଅବଧି ପୂରଣ ହୋଇସାରିଥିବାରୁ ରସେଲ ଏବେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିବାର ରାସ୍ତା ସଫା ହୋଇଯାଇଛି। ଫଳରେ ଆସନ୍ତାକାଲି ଆଣ୍ଟିଗୁଆରେ େଓ୍ଵଷ୍ଟଇଣ୍ଡିଜ୍‌ର ଘରୋଇ ୫୦ ଓଭରିଆ ପ୍ରତିଯୋଗିତାରେ ସେ ଜାମାଇକା ପକ୍ଷରୁ ଲିଓ୍ଵାର୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବେ।

ସମ୍ବନ୍ଧିତ ଖବର