ସାଓ ପାଓଲ: ମର୍ସିଡିଜ୍‌ର ବ୍ରିଟିସ୍‌ ଚାଳକ ଜର୍ଜ ରସେଲ ରବିବାର ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତି ନେଇଛନ୍ତି। ଏହା ତାଙ୍କର ପ୍ରଥମ ଫର୍ମୁଲା ୱାନ୍‌ ମୁକୁଟ। ଇଣ୍ଟରଲାଗୋସରେ ଆୟୋଜିତ ଏହି ଗ୍ରାଁ ପ୍ରିରେ ରସେଲଙ୍କ ମର୍ସିଡିଜ୍‌ ସାଥୀ ୭ ଥରର ବିଶ୍ବବିଜେତା ଲୁଇସ ହାମିଲଟନ୍‌ ଦ୍ବିତୀୟ ସ୍ଥାନରେ ରହିଥିଲେ। ଫଳରେ ମର୍ସିଡିଜ୍‌ ବ୍ରାଜିଲିଆନ୍‌ ଗ୍ରାଁ ପ୍ରିରେ ୧-୨ ସଫଳତା ପାଇଛି। ଚଳିତ ବର୍ଷର ଫର୍ମୁଲା ୱାନ୍‌ ବିଜେତା ରେଡ୍‌ ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌ ସପ୍ତମରେ ରହିଥିଲେ। ଫେରାରିର କାର୍ଲୋସ ସେଞ୍ଜ ଓ ଚାର୍ଲେସ ଲେକଲର୍କ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଏବଂ ଅଲ୍‌ପାଇନ୍‌ର ଫର୍ଣ୍ଣାଣ୍ଡୋ ଆଲୋଁସୋ ପଞ୍ଚମ ସ୍ଥାନରେ ରହିଥିଲେ।