ଫିଫା ବିଶ୍ୱକପ୍‌: ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ କ୍ୱାର୍ଟର ଫାଇନାଲରେ ହାରିବା ପରେ କାନ୍ଦିଲେ ରୁଷିଆ ସମର୍ଥକ

ମସ୍କୋ: ଫିଫା ବିଶ୍ୱକପ୍‌ ୨୧ତମ ସଂସ୍କରଣର ଆୟୋଜକ ରୁଷିଆ ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ କ୍ରୋଏସିଆ ଠାରୁ ପରାସ୍ତ ହେବା ପରେ ଅଶ୍ରୁଳ ବିଦାୟ ନେଇଛି। ବିଶ୍ୱ ର‍୍ୟାଙ୍କରେ ୭୦ତମ ସ୍ଥାନରେ ଥିବା ରୁଷିଆ ଚଳିତ ଫୁଟବଲ ମହାସମରରେ ସଫଳତାର ସହିତ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପରେ ବି ଶେଷରେ ପେନାଲଟିସୁଟ୍‌ରେ କ୍ରୋଏସିଆ ଠାରୁ ୪-୩ରେ ପରାସ୍ତ ହୋଇଥିଲା। ଏହା ପରେ ରୁଷିଆର ପ୍ରଶଂକମାନେ କାନ୍ଦି ପକାଇଛନ୍ତି। ମ୍ୟାଚ ହାରିବା ପରେ ରୁଷିଆର ସମର୍ଥକମାନେ ଷ୍ଟାଡିୟମରେ କାନ୍ଦି ପକାଉଥିଲେ। ସେହିପରି ସଡ଼କରେ ଯାଉଥିବା ଲୋକଙ୍କ ମନରେ ମଧ୍ୟ ଉତ୍ସାହ ନଥିଲା।

ରୁଷିଆ ଟୁର୍ଣ୍ଣାମେଣ୍ଟ ଯେତିକି ଆଶା ରଖିନ ଥିଲା, ସେଥିରୁ ଅଧିକ ପାଇଥିଲା। ଅନ୍ତିମ ୮ଟି ଟିମରେ ନିଜକୁ ସାମିଲ କରିପାରିଥିଲା। ରୁଷିଆ ୧୯୬୬ରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା। ସେହିଭଳି ଏଥର ବି ବଡ଼ ଆଶ ରଖିଥିଲେ ମଧ୍ୟ ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଥିଲା।

ନିୟମିତ ଓ ଅତିରିକ୍ତ ସମୟରେ ମୁକାବିଲା ୨-୨ରେ ଶେଷ ହେବାପରେ ପେନାଲଟି ସୁଟଆଉଟ ଖେଳାଯାଇଥିଲା। ରୁଷିଆ ୩-୪ରେ କ୍ରୋଏସିଆ ଠାରୁ ପରାସ୍ତ ହୋଇଥିଲା। ରୁଷିଆର ଟିମ୍‌ ଟୁଇଟରରେ ଲେଖିଛି, ଆମ ଆଖିରୁ ଲୁହ ବାହାରିଛି କିନ୍ତୁ ଗର୍ବ ସହିତ ମୁଣ୍ଡ ଟେକି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛୁ। ସମଗ୍ର ବିଶ୍ୱର ପ୍ରଶଂସକଙ୍କ ଆଶା ଥିଲା ଯେ, ରୁଷିଆ ସର୍ବନିମ୍ନ ସ୍ତରର ଟିମ୍‌ ହୋଇ ବିଶ୍ୱକପରେ କ’ଣ ପ୍ରଦର୍ଶନ କରିବ। କିନ୍ତୁ ରୁଷିଆ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଥିଲା।

ସମ୍ବନ୍ଧିତ ଖବର