ମସ୍କୋ: ରୁଷିଆ ଫିଫା ବିଶ୍ୱକପ୍-୨୦୧୮ର ଉଦ୍ଘାଟନୀ ମ୍ୟାଚରେ ସାଉଦୀ ଅରବକୁ ୫-୦ଗୋଲରେ ପରାସ୍ତ କରିଛି। ରୁଷିଆର ୟୁରି ଗାଜିସ୍କି ଚଳିତ ବିଶ୍ୱକପ୍ରେ ପ୍ରଥମ ଗୋଲ ଦେଇଛନ୍ତି। ଏହି ଗୋଲ ବଳରେ ସେ ଆୟୋଜକ ଦେଶକୁ ଆରବ ବିପକ୍ଷରେ ୧-୦ ଆଗରେ ରଖିଥିଲେ।
Swiftly followed by the first goal of the FIFA #WorldCup!#RUS have the lead, through Iury Gavinsky! #RUSKSApic.twitter.com/biMV4JQmLU
— FIFA World Cup ? (@FIFAWorldCup) June 14, 2018
୨୮ ବର୍ଷିଅ ୟୁରି ଗାଜିସ୍କି ଲୁଜିନକୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୧୨ ମିନିଟରେ ଗୋଲ ଦେଇଥିଲେ। ଏହା ଦ୍ୱାରା ଷ୍ଟାଡିୟମରେ ଉପସ୍ଥିତ ୮୦,୦୦୦ ଦର୍ଶକ ଖୁସି ହୋଇ ଯାଇଥିଲେ। ଦର୍ଶକମାନେ ବିଶ୍ୱକପ୍ର ପ୍ରଥମ ଗୋଲକୁ କରତାଳି ସହିତ ସ୍ୱାଗତ କରିଛନ୍ତି। ରୁଷିଆରେ ୧୯୮୦ର ମସ୍କୋ ଅଲମ୍ପିକ ପରେ ସବୁଠାରୁ ବଡ ଖେଳ ଆୟୋଜନ।
With that goal @Cheryshev becomes the first substitute to score in an Opening Match of the FIFA #WorldCup#WorldCup#RUS#RUSKSApic.twitter.com/ItrUn9RMZq
— FIFA World Cup ? (@FIFAWorldCup) June 14, 2018
ଏହା ପରେ ୪୩ ମିନିଟରେ ୨୭ ବର୍ଷିଅ ଡେନିସ ଚେରିସେବ ଗୋଲ ଦେଇ ଟିମକୁ ୨-୦ରେ ଆଗକୁ ନେଇଥିଲେ। ପରେ ୨୯ ବର୍ଷିଅ ଏରଟେମ ଡେଜୟୁବା ୭୧ ମିନିଟରେ ଗୋଲ ଦେଇ ରୁସକୁ ୩-୦ରେ ଆଗକୁ ନେଇଥିଲେ। ଖେଳର ଶେଷ ପର୍ଯ୍ୟାୟରେ ୪ର୍ଥ ଓ ୫ମ ଗୋଲ ହୋଇଥିଲା। ୪ର୍ଥ ଗୋଲ ଡେନିସ ଚେରିଶେବ ଓ ଆଲେକଜାଣ୍ଡର ଗୋଲୋବିନ ୫ମ ଗୋଲ ଦେଇଥିଲେ।