ଅହମଦାବାଦ : ଆପଣ ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ଆପଣ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।
ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର କିଛି ଲୋକଙ୍କୁ ଠକିନେଇଛନ୍ତି । ଏହି ଘଟଣାରେ ଗୁଜୁରାଟ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସୋଏବ୍ ଡାବଡା ନାମକ ବ୍ୟକ୍ତି ଏହାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।
ସୋଏବ୍ ମୋଲିପୁର ଗାଁରେ ଏକ ଜମି ଭଡ଼ାକୁ ନେଇ ତାହାକୁ ଏକ କ୍ରିକେଟ ପଡ଼ିଆ ପରି ସଜେଇ ଦିଏ । ସେଠାରେ ହାଲୋଜେନ ଫ୍ଲଡ୍ ଲାଇଟ୍ ଲଗାଯାଏ । ସ୍ଥାନୀୟ ବେକାର ଯୁବକ ଓ ଶ୍ରମିକମାନଙ୍କୁ ବିଭିନ୍ନ ଆଇପିଏଲ ଦଳର ଜର୍ସି ପିନ୍ଧି ମ୍ୟାଚ ଖେଳାଯାଏ । ସେମାନଙ୍କୁ ମ୍ୟାଚ ପିଛା ୪୦୦ ଟଙ୍କା ଦିଆଯାଉଥିଲା । ଏହି ମ୍ୟାଚକୁ ଏଚଡି କ୍ୟାମେରାରେ ସୁଟିଂ କରି ୟୁଟ୍ୟୁବ ଓ ଏକ ଆପ୍ ମାଧ୍ୟମରେ ଲାଇଭ୍ କରାଯାଏ । ପ୍ରକୃତ ଆଇପିଏଲ ପରି ପଡ଼ିଆର ଚାରିପଟେ ବିଭିନ୍ନ କମ୍ପାନିର ବିଜ୍ଞାପନ ଦିଆଯାଇଥିଲା ।
ରୁଷର କେତେକ ପବରେ ଚାଲୁଥିବା ଜୁଆକୁ ଦୃଷ୍ଟିରେ ରଖି ଏହି ଆୟୋଜନ କରାଯାଇଥିଲା । କେଉଁ ବଲରେ ଚୌକା ବା ଛକା ମରାଯିବ, କେଉଁ ବଲରେ ବ୍ୟାଟ୍ସମ୍ୟାନ ଆଉଟ ହେବେ ତାହା ଅମ୍ପାୟାରଙ୍କ ମାଧ୍ୟମରେ ଜଣାଇଦିଆଯାଉଥିଲା । ଖେଳାଳିମାନେ ଏହି ଯୋଜନା ଅନୁଯାୟୀ କାମ କରୁଥିଲେ । ଏକ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ବେଟିଂ ଲଗାଯାଉଥିଲା ।
ସ୍ଥାନୀୟ ପୁଲିସକୁ ଏ ସଂପର୍କରେ ସଂଦେହ ହେବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-11-at-5.12.03-PM.jpeg)