ଭୁବନେଶ୍ୱର: ଛତିଶଗଡ଼ର ରାଇପୁରଠାରେ ଅନୁଷ୍ଠିତ ଆଇଟା ୫୦ କେ ମାନ୍ୟତା ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ଚୌଧୁରୀ ଏବଂ ଅନମ ଅଲମାସ୍ ବିଜେତା ହୋଇଛନ୍ତି। ମହିଳା ଯୁଗଳ ଫାଇନାଲ୍ରେ ଏହି ଭୁବନେଶ୍ୱର ଯୋଡ଼ି ଗୁଜରାଟର ଲଖିତା ଲାଣ୍ଡା ଓ ପ୍ରାପ୍ତି ଦୀନେଶଚାନ୍ଦ ସୋନିଙ୍କୁ ୬-୩, ୬-୨ରେ ପରାସ୍ତ କରିଥିଲେ। ଅନମଙ୍କ ପାଇଁ ଏହା ଦ୍ୱିତୀୟ ଏବଂ ଋତୁପର୍ଣ୍ଣାଙ୍କ ପାଇଁ ପ୍ରଥମ ଆଇଟା ମହିଳା ବର୍ଗ ଟ୍ରଫି। ଏହି ସଫଳତା ସହିତ ଅନମ ଓ ଋତୁପର୍ଣ୍ଣାଙ୍କୁ ଯଥାକ୍ରମେ ୬ ଓ ୪ ଆଇଟା ପଏଣ୍ଟ୍ ମିଳିବ। ଏକ ବର୍ଗରେ ଅନମ ସେମିଫାଇନାଲ୍ରୁ ଏବଂ ଋତୁପର୍ଣ୍ଣା ଦ୍ୱିତୀୟ ରାଉଣ୍ଡ୍ରୁ ବିଦାୟ ନେଇଥିଲେ।
ଋତୁପର୍ଣ୍ଣା-ଅନମଙ୍କୁ ୫୦କେ ଟ୍ରଫି
/sambad/media/post_attachments/wp-content/uploads/2018/01/10-Rutu-Anam.jpg)