ବେଙ୍ଗାଲୁରୁରେ ଋତୁପର୍ଣ୍ଣା ଚମକ

ଭୁବନେଶ୍ବର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ବେଙ୍ଗାଲୁରୁଠାରେ ଆୟୋଜିତ ସର୍ବଭାରତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତା ପ୍ରତିଯୋଗିତାରେ ନିଜର ଚମକ ଦେଖାଇଛନ୍ତି। ସେ ମିଶ୍ରିତ ଯୁଗଳରେ ବିଜେତା ହୋଇଥିଲା ବେଳେ ମହିଳା ଯୁଗଳରେ ଉପବିଜେତା ହୋଇଛନ୍ତି। କର୍ଣ୍ଣାଟକ ବ୍ୟାଡ୍‌ମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ମିଶ୍ରିତ ଯୁଗଳ ମୁକାବିଲାରେ ଧ୍ରୁବ କପିଳାଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ସିଧାସଳଖ ୨୧-୧୩, ୨୧-୧୯ରେ ସଂଗ୍ରାମ ଚୁଟିଆ ଓ ମୋନାଲି ବୋରାଙ୍କୁ ପରାସ୍ତ କରିଥିଲେ। ତେବେ ମହିଳା ଯୁଗଳରେ କିୟୁରା ମୋପାତି ଓ ଋତୁପର୍ଣ୍ଣା ୧୧-୨୧, ୧୭-୨୧ରେ ଚତୁର୍ଥ ମାନ୍ୟତା ଶିଖା ଗୌତମ ଓ ଅଶ୍ବିନୀ ଭଟ୍ଟଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର