ଋତୁପର୍ଣ୍ଣାଙ୍କୁ ସର୍ବଭାରତୀୟ ଦ୍ବିମୁକୁଟ

ଭୁବନେଶ୍ବର: ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ଦୁନିଆର ଉଦିତ ସୂର୍ଯ୍ୟ ଋତୁପର୍ଣ୍ଣା ପଣ୍ଡା ନିଜ ଖେଳ ଜୀବନରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ସଫଳତା ଯୋଡ଼ିଛନ୍ତି। କେରଳର କାଲିକଟ୍‌ରେ ଅନୁଷ୍ଠିତ ସର୍ବଭାରତୀୟ ବରିଷ୍ଠ ମାନ୍ୟତା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଦୁଇ ଦୁଇଟି ଟ୍ରଫି ଜିତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଉଭୟ ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ଟ୍ରଫିକୁ ଋତୁପର୍ଣ୍ଣା ହାତେଇ ନେଇଛନ୍ତି। ରୋହନ କାପୁରଙ୍କୁ‌ ସାଥି କରି ଖେଳିଥିବା ମିଶ୍ରିତ ଯୁଗଳ ଫାଇନାଲରେ ୨୧-୧୯, ୨୧-୧୪ରେ ସେ ଶ୍ରୀକୃଷ୍ଣ ସାଇ କୁମାର ପୋଦଲେ ଏବଂ କନିକା କନୱାଲଙ୍କୁ ହରାଇଥିଲେ। ଏହି ଫାଇନାଲ୍ ୪୪ ମିନିଟ୍‌ ଚାଲିଥିଲା। ମହିଳା ଯୁଗଳ ଫାଇନାଲରେ ଋତୁପର୍ଣ୍ଣା ପଣ୍ଡା ଏବଂ କେ ମନୀଷା ୨୧-୧୮, ୨୧-୧୩ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ପ୍ରଜକ୍ତା ସାୱାନ୍ତ-ଅପର୍ଣ୍ଣା ବାଲାନଙ୍କୁ ପରାସ୍ତ କରିଥିଲେ। ଏହି ଫାଇନାଲ୍‌ ଜିତିବାକୁ ଋତୁପର୍ଣ୍ଣା-ମନୀଷା ଯୋଡ଼ି ୫୪ ମିନିଟ୍ ସମୟ ନେଇଥିଲେ।

ସମ୍ବନ୍ଧିତ ଖବର