ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଦୁ ଛୁଇଁ ମୁଣ୍ଡିଆ ମାରିଲେ କ୍ରିକେଟର ଋତୁରାଜ ଗାଏକ୍ବାଡଙ୍କ ଭାବିପତ୍ନୀ। ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଋତୁରାଜଙ୍କ ଭାବିପତ୍ନୀ ଉତ୍କର୍ଷା ପାୱାର ସର୍ବସମ୍ମୁଖରେ ଧୋନିଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି।
ମେ’ ୨୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ୫ ୱିକେଟ୍ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଏହି ବିଜୟ ପରେ ସିଏସକେର ଅନେକ କ୍ରିକେଟର ଅଧିନାୟକ ଧୋନିଙ୍କ ସହ ଫଟୋ ପୋଷ୍ଟ କରୁଥିବା ଦେଖାଯାଇଛି। ଏମଧ୍ୟରେ ସିଏସକେର ଷ୍ଟାର ଓପନର ଋତୁରାଜ ନିଜ ଭାବିପତ୍ନୀ ଉତ୍କର୍ଷାଙ୍କୁ ଧୋନିଙ୍କ ସହ ସାକ୍ଷାତ କରାଇଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
Utkarsha (Mrs. Rutu) taking blessing of Dhoni 😍❤️💛. So Cute and Adorable🤌💕💞 pic.twitter.com/o5xH5RHMew
— Sai Vamshi Patlolla (@sai_vamshi21) June 1, 2023
ଋତୁରାଜ ସାକ୍ଷାତ କରାଇବା ପରେ ଉତ୍କର୍ଷା ତୁରନ୍ତ ଧୋନିଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଉତ୍କର୍ଷା ପ୍ରଣାମ କରିବା ପରେ ଧୋନି ତାଙ୍କୁ ଆଶୀର୍ବାଦ ଦେଇ ଉଠାଇଥିବା ଭିଡିଓରେ ଦେଖାଯାଇଛି।
ଏହା ପୂର୍ବରୁ ରବିଦ୍ର ଜାଦେଜାଙ୍କ ପତ୍ନୀ ରିବାବାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଇଥିଲା ଯେ, ସିଏସକେ ଆଇପିଏଲ-୨୦୨୩ ଜିତିବା ପରେ ରିବାବା ପଡ଼ିଆକୁ ଆସି ରବିନ୍ଦ୍ରଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।