ଚେନ୍ନାଇ: ଚର୍ଚ୍ଚାରେ କ୍ରିକେଟର ଋତୁରାଜ ଗାଏକ୍ବାଡ। ଭାରତର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକତ୍ବ ହସ୍ତାନ୍ତର କରିବା ପରେ ଏବେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ନୂଆ ଦାୟିତ୍ବ ହାତକୁ ନେଇ ସେ କିଭଳି ପ୍ରଦର୍ଶନ କରିବେ, ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଏତେ ବଡ଼ ସଫଳତା ପାଇଥିବା ଋତୁରାଜ କେତେ କୋଟିର ମାଲିକ ଆପଣ ଜାଣନ୍ତି କି?

Advertisment

୨୦୨୪ ସୁଦ୍ଧା, ଋତୁରାଜ ଗାଏକ୍ବାଡଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୩୬ କୋଟି। କ୍ରିକେଟ୍, ଆଇପିଏଲ୍, ବିଜ୍ଞାପନ ଏବଂ ଏକାଧିକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସେ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ୨୦୧୯ରେ, ଋତୁରାଜ ଗାଏକ୍ବାଡଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲରେ ତାଙ୍କର ବିସ୍ଫୋରକ ପ୍ରଦର୍ଶନ ପରେ ଚେନ୍ନାଇ ସୁପର କିଙ୍ଗ୍ସ ସିଜିନ୍ ୨୦୨୧ ପାଇଁ ତାଙ୍କର ପାରିଶ୍ରମିକ ୬କୋଟି ଟଙ୍କାକୁ ବଢ଼ାଇଥିଲା। ଆଇପିଏଲର ଶେଷ ଦୁଇ ସିଜିନରେ ତାଙ୍କୁ ସମାନ ପାରିଶ୍ରମିକ ଦିଆଯାଉଥିବା ବେଳେ ଆଗକୁ ଏହା ବଢ଼ିପାରେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଘରୋଇ କ୍ରିକେଟ୍ ଖେଳି ମଧ୍ୟ ସେ ଟଙ୍କ‌ା ରୋଜଗାର କରନ୍ତି। ୨୦୨୦ ରେ ଆଇପିଏଲ୍ ଡେବ୍ୟୁ କରିବା ପରଠାରୁ ଗାଏକ୍ବାଡ ଆଜି ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୩୬ଟି ମ୍ୟାଚ୍ ଖେଳିଛନ୍ତି।

ତେବେ ମ୍ୟାଚ୍ ଖେଳିବା ସହ ବିଭିନ୍ନ ବିଜ୍ଞାପନ ଓ ନିବେଶ କରି ଟଙ୍କା ଆୟ କରୁଛନ୍ତି ଋତୁରାଜ। ଏବେ ନୂଆ ଦାୟିତ୍ବ ସହ ତାଙ୍କର ଆୟ ବଢ଼ିବ ବୋଲି କୁହାଯାଉଛି।