ଜୋତା ମାଗିବାରୁ ଦଳରୁ ବାହାରିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟର ଉଦୀୟମାନ ଖେଳାଳି ରିଆନ୍ ବର୍ଲଙ୍କୁ ଦଳରୁ କାଢିଦିଆଯାଇପାରେ | ବାସ୍ତବରେ ଜୋତା ପ୍ରଯୋଜକ ଖୋଜିବା କାରଣରୁ ଏବେ ସେ ଅନେକ ଅସୁବିଧାରେ ପଡ଼ିଛନ୍ତି | ଖବର ଅନୁଯାୟୀ ଜିମ୍ବାୱେ କ୍ରିକେଟ୍ ବୋର୍ଡ ବର୍ଲଙ୍କ ଉପରେ ଅତ୍ୟଧିକ ରାଗିଛି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଛି। ସୂଚନା ଥାଉ କି ଯେ ବର୍ଲ ସୋସିଆଲ ମିଡିଆରେ ତାଙ୍କ ଫଟା ଜୋତାର ଚିତ୍ର ପୋଷ୍ଟ କରିଥିଲେ | ରିଆନ୍ ବର୍ଲ ଏକ ଟୁଇଟ୍ ଜରିଆରେ ଜିମ୍ବାୱେ କ୍ରିକେଟ୍ ଦଳ ପାଇଁ ପ୍ରାୟୋଜକ ଖୋଜିଥିଲେ।

ବର୍ଲଙ୍କ ଏହି ଆବେଦନ ପରେ ଜୋତା କମ୍ପାନୀ ପୁମା ଜିମ୍ବାୱେ କ୍ରିକେଟ୍ ଦଳକୁ ନୂଆ ଜୋତା ପଠାଇଥିଲା | ତେବେ ଏହି ଘଟଣାକୁ ନେଇ ଜିମ୍ବାୱେ କ୍ରିକେଟ ବୋର୍ଡ ତାଙ୍କ ଉପରେ ଖପ୍ପା ହୋଇଛି | ସୂଚନା ଥାଉ କି ଯେ ଜିମ୍ବାୱେ କ୍ରିକେଟ୍ ବୋର୍ଡ ଗତ କିଛି ବର୍ଷ ଧରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଖେଳାଳିଙ୍କୁ ଠିକ୍ ସମୟରେ ମ୍ୟାଚ୍ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ |


ଜିମ୍ବାୱେ ଖେଳାଳିମାନେ ସାଧାରଣ ହୋଟେଲରେ ରୁହନ୍ତି ଏବଂ ଅନେକ ଥର ଖେଳାଳିମାନେ ସେମାନଙ୍କ ବ୍ୟକ୍ତିଗତ କାର କିମ୍ବା ବସରେ ମ୍ୟାଚ୍ ଖେଳିବା ପାଇଁ ଷ୍ଟାଡିୟମରେ ପହଞ୍ଚନ୍ତି | ଯଦି ଜିମ୍ବାୱେ କ୍ରିକେଟ୍ ବୋର୍ଡ ରିଆନ୍ ବର୍ଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ। ଜିମ୍ବାୱେ ପାଇଁ ରିଆନ୍ ବର୍ଲ୍ ୩ ଟି ଟେଷ୍ଟ, ୧୮ ଟି ଦିନିକିଆ ଏବଂ ୨୫ ଟି -୨୦ ମ୍ୟାଚ୍ ଖେଳିଛନ୍ତି |

ସମ୍ବନ୍ଧିତ ଖବର