ଜୋହାନ୍ସବର୍ଗ ଟେଷ୍ଟ : ଶାର୍ଦ୍ଦୁଲଙ୍କ ଶାଣିତ ବୋଲିଂ, ଦକ୍ଷିଣ ଆଫ୍ରିକା ୧୦୨/୪

ଜୋହାନ୍ସବର୍ଗ : ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟର ୨ୟ ଦିନରେ ସ୍ଥିତି ନାଟକୀୟ ମୋଡ଼ ନେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୨୦୨ ଜବାବରେ ଦକ୍ଷିଣ ଆଫ୍ରିକା ବି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଆଜି ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳ ମାତ୍ର ୧୦୨ରନରେ ୪ଟି ଓ୍ବିକେଟ ହରାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରି ମାତ୍ର ୮ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିପରି ମହମ୍ମଦ ସମ୍ମୀ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଗତକାଲି ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ଓପନର ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିଲେ । ରବିଚନ୍ଦ୍ରନ୍ ଅଶ୍ଵିନ୍ ୫୦ଟି ବଲ୍ ଖେଳି ଦ୍ଵିତୀୟ ସର୍ବାଧିକ ୪୬ ରନ୍ କରିଥିଲେ । ଭାରତର ଅନ୍ୟ ଓପନର ମୟଙ୍କ ଅଗ୍ରଓ୍ଵାଲ ୨୬ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସନ ୩୧ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ । କାଗିସୋ ରାବାଡା ଓ ଡୁଆନ୍ ଓଲିଭିଏର୍ ୩ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ ।

 

ସମ୍ବନ୍ଧିତ ଖବର