ଇନ୍ଦୋର : ଇନ୍ଦୋରଠାରେ ଖେଳାଯାଉଥିବା ୩ୟ ଟି-୨୦ରେ ଭାରତ ଆଗରେ ୨୨୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ଭ୍ରମଣକାରୀ ଦଳ ରିଲି ରୁଷୋଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୭ ରନ କରିଥିଲା ।
ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଅଧିନାୟକ ଟେମ୍ବା ବାଭୁମାଙ୍କ ଓ୍ବିକେଟ ହରାଇଥିଲା । ମାତ୍ର କ୍ବିଣ୍ଟନ ଡି’କକ୍ ଓ ରିଲି ରୁଷୋ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡି’କକ୍ ୬୮ ରନ କରି ରନ ଆଉଟ ହୋଇଥିଲେ । ମାତ୍ର ରୁଷ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ମାତ୍ର ୪୮ ବଲରେ ନିଜର ଶତକ ପୂରଣ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ୍ ୨୩ ରନ କରିଥିଲେ ।
ଭାରତ ପକ୍ଷରୁ କୌଣସି ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଉପରେ ପ୍ରଭାବ ପକାଇପାରିନଥିଲେ । ତେବେ ଦୀପକ ଚହର ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/FePBiFwX0AA8oi7.jpg)