ଜୋହାନ୍ସବର୍ଗ ଟେଷ୍ଟ : ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍

ଜୋହାନ୍ସବର୍ଗ : ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୨୭ ରନରେ ଆଗୁଆ ରହିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ତେବେ ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ବୋଲର ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ । ସେ ମାତ୍ର ୬୧ ରନ ଦେଇ ଦକ୍ଷିଣ ଆଫ୍ରିକାର ୭ଟି ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସମ୍ମୀ ୨ଟି ଓ ଯଶପ୍ରୀତ ବୁମରା ୧ଟି ଓ୍ବିକେଟ ନେଇଥିଲେ ।

ଗତକାଲି ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ଓପନର ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିଲେ । ରବିଚନ୍ଦ୍ରନ୍ ଅଶ୍ଵିନ୍ ୫୦ଟି ବଲ୍ ଖେଳି ଦ୍ଵିତୀୟ ସର୍ବାଧିକ ୪୬ ରନ୍ କରିଥିଲେ । ଭାରତର ଅନ୍ୟ ଓପନର ମୟଙ୍କ ଅଗ୍ରଓ୍ଵାଲ ୨୬ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସନ ୩୧ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ । କାଗିସୋ ରାବାଡା ଓ ଡୁଆନ୍ ଓଲିଭିଏର୍ ୩ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ ।

ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଏହି ତିନିଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

ସମ୍ବନ୍ଧିତ ଖବର