ପ୍ରଥମ ଟି-୨୦ : ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣଆଫ୍ରିକା ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।

ଏହି ମ୍ୟାଚରେ ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ଓ ରାସି ଭାନ ଡର ଡୁସେନଙ୍କ ଶତକୀୟ ପାର୍ଟନରସିପ କରି ଦଳ ପାଇଁ ବିଜୟ ଆଣି ଦେଇଥିଲେ ।  ଡୁସେନ ୭୫ ରନ କରିଥିବାବେଳେ ମିଲର ୬୪ରନ କରିଥିଲେ । ସେହିପରି ଡ୍ବାଇନ ପ୍ରିଟୋରିଅସ ୨୯ ରନ ଓ ଡିକକ୍ ୨୨ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୧ ରନ କରିଥିଲା । ଏହା ଥିଲା ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସବୁଠାରୁ ବଡ଼ ସ୍କୋର । ଭାରତ ପକ୍ଷରୁ ଓପନ ଇଶାନ କିଷନ ଆଜି ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୪୮ଟି ବଲ ଖେଳି ୭୬ରନ କରିଥିଲେ ।

ସମ୍ବନ୍ଧିତ ଖବର