ଦ୍ବିତୀୟ ଦିନିକିଆରେ ବି ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ପାର୍ଲ : ପାର୍ଲଠାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟର ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଏହି ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।

ଭାରତ ପକ୍ଷରୁ ବିଜୟ ପାଇଁ ୨୮୮ ରନ୍ ଲକ୍ଷ୍ୟ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡିକକ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୨ ରନ କରି ଦଳର ବିଜୟ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ମଲାନ ୯୧ ରନ ଓ ଡିକକ୍ ୭୮ ରନ କରିଥିଲେ । ଅଧିନାୟକ ଟେମ୍ବା ବାଭୁମା ୩୫, ଆଇଡେନ ମାର୍କରାମ ୩୭ ଓ ରାସି ଭାନ ଡର ଡୁସେନ ୩୭ ରନ କରିଥିଲେ ।

ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଥିଲା । ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ କେଏଲ ରାହୁଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରାହୁଲ ୫୫ରନ କରିଥିବାବେଳେ ଧଓ୍ବନ ୨୯ ରନ କରିଥିଲେ । ମାତ୍ର ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ମହାରାଜଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ୭୧ଟି ବଲରେ ୮୫ରନର ଏକ ବଡ଼ ପାଳି ଖେଳିଥିଲେ । ଶେଷ ବେଳକୁ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁଲ ପୁଣି ବ୍ୟାଟିଂରେ ନିଜର କମାଲ ଦେଖାଇଥିଲେ । ସେ ୪୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସିସାନ୍ଦା ମାଗଲା, ଆଇଡେନ ମାର୍କରାମ, କେଶବ ମହାରାଜ, ଆଣ୍ଡିଲ ଫେଲୁକାଓ୍ବୋ ଗୋଟିଏ ଲେଖାଏଁ ଓ୍ବିକେଟ ଓ ତବରେଜ ସାମସି ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର