ଜୋହାନେସବର୍ଗ ଟେଷ୍ଟ : ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନେସବର୍ଗ : ଜୋହାନେସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ସିରିଜ ୧-୧ ସ୍ତରକୁ ଆସିଯାଇଛି ।

ବିଜୟ ପାଇଁ ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ବର୍ଷା ବାଧାପ୍ରାପ୍ତ ମ୍ୟାଚର ୪ର୍ଥ ଦିନରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳପକ୍ଷରୁ ଡିନ ଏଲଗାର ଅଧିନାୟକ ଇନିଂସ ଖେଳିବା ସହ ସର୍ବାଧିକ ୯୬ ରନ କରିଥିଲେ । ସେହିପରି ରାସି ଭାନ ଡର ଦୁସାନ ୪୦ ରନ ଓ ଏଇଡେନ ମାକରାମ ୩୧ ରନ କରିଥିଲେ । ଟେମ୍ବା ବାଭୁମା ଅପରାଜିତ ୨୩ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମ୍ମୀ, ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୨୯ରନ କରିଥିଲା । ଭାରତ ନିଜର ୨ୟ ଇନିଂସରେ ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଥିଲା ।

 

ସମ୍ବନ୍ଧିତ ଖବର