ଜୋହାନେସ୍‌ବର୍ଗ ଟେଷ୍ଟ : ପୂଜାରା-ରାହାଣେଙ୍କ ଶତକୀୟ ଭାଗିଦାରୀ ସତ୍ତ୍ବେ ପୁଣି ବିଫଳ ହେଲା ଭାରତୀୟ ମଧ୍ୟକ୍ରମ

ଜୋହାନେସ୍‌ବର୍ଗ : ଜୋହାନେସ୍‌ବର୍ଗର  ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ଜାରି ରଖିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୧୮୮ ରନ କରିଛି ଓ ଆଫ୍ରିକା ଠାରୁ ୧୬୧ ରନରେ ଆଗୁଆ ରହିଛି ।

ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଶତକୀୟ ଭାଗିଦାରୀ ପରେ ପୁଣି ଥରେ ଭାରତୀୟ ବ୍ୟାଟିଂ ଭୁଶୁଡ଼ିବା ଆରମ୍ଭ କରିଛି । ପୂଜାରା ୫୩ ଓ ରାହାଣେ ୫୮ ରନ କରି ଆଉଟ ହେବା ପରେ ଭାରତୀୟ ମଧ୍ୟକ୍ରମ ପୁଣି ଥରେ ବିଫଳ ହେବା ପରି ଲାଗୁଛି । ଋଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ରାବାଡ଼ାଙ୍କ ଶିକାର ହୋଇଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ ମାତ୍ର ୧୬ ରନ କରି ଲୁଙ୍ଗି ଗିଡିଙ୍କ ଶିକାର ହୋଇଥିଲେ । ଏବେ କ୍ରିଜରେ ହନୁମା ବିହାରି ଓ ଶାର୍ଦ୍ଦୁଲ ଠାକୁର ଅଛନ୍ତି ।

ଗତକାଲି ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ଭାରତର ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ କରି ମାତ୍ର ୬୧ ରନ ଦେଇ ଦକ୍ଷିଣ ଆଫ୍ରିକାର ୭ଟି ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର