ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ୨-୧ରେ ସିରିଜ ବିଜୟୀ

କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ଜିତିନେଇଛି । ଅନ୍ୟପକ୍ଷରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କେଗାର ପିଟରସନ ସର୍ବାଧିକ ୮୨ ରନ କରିଥିବାବେଳେ ରାସି ଭାନ ଡର ଦୁସେନ ୪୧ ରନ କରିଥିଲେ । ସେହିପରି ଟେମ୍ବା ବାଭୁମା ୩୧ ଓ ଡିନ ଏଲଗାର ୩୦ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସମ୍ମୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୧୦ ରନ କରି ଅଲଆଉଟ ହୋଇଥିଲା । ଭାରତ ନିଜର ୨ୟ ଇନିଂସରେ ୧୯୮ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ଥିଲା ।

 

ସମ୍ବନ୍ଧିତ ଖବର