ଟି-୨୦ ବିଶ୍ବକପ : ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟରେ ବିଜୟୀ, ଓ୍ବେଷ୍ଟଇଣ୍ଡିଜର ଲଗାତାର ୨ୟ ପରାଜୟ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ  ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୮ ଓ୍ବିକେଟରେ ପରାସ୍ତ କରିଛି । ବିଶ୍ବ ଚାମ୍ପିୟନ ଓ୍ବେଷ୍ଟ ଇଣ୍ଡିଜର ଏହା ହେଉଛି ଲଗାତାର ୨ୟ ପରାଜୟ ।

ଓ୍ବେଷ୍ଟ ଇଣ୍ଡିଜ ଦ୍ବାରା ରଖାଯାଇଥିବା ୧୪୪ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କମାନ, ରାଶି ଭାନ ଡର ଦୁସେନ ୪୩ ଓ ରିଜା ହେଣ୍ଡରିକ୍ସ ୩୯ ରନ କରିଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜଦଳ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା । ଓପନର ଏଭିନ ଲୁଇସ ମାତ୍ର ୩୫ ବଲରେ ୫୬ରନ କରିଥିଲେ । ଲେଣ୍ଡି ସାଇମନ୍ସ ୧୬ ଓ କେରନ ପୋଲାର୍ଡ ୨୬ରନ କରିଥିଲେ । ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧୀମେଇ ଯାଇଥିଲା ଓ ଦଳ ନିର୍ଦ୍ଧାରିତ ୨୦ ଓଭରରେ  ୧୪୩ ରନ କରିପାରିଥିଲା ।

ସମ୍ବନ୍ଧିତ ଖବର