ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା : ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ବ୍ୟାଟିଂ ଓପନ କରିଛନ୍ତି ।

ପ୍ରଥମ ଦୁଇଟି ମ୍ୟାଚ ହାରି ଭାରତୀୟ ଦଳ ସିରିଜରେ ୦-୨ରେ ପଛୁଆ ରହିଛି । ଫଳରେ ସିରିଜରେ ନିଜର ସମ୍ଭାବନାକୁ ବଜାୟ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି । ଏହି ମ୍ୟାଚ ପାଇଁ ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଗତ ୧୨ ତାରିଖ ଦିନ କଟକରେ ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ଓ୍ବିକେଟରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ସେହିପରି ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବି ଭାରତ ୭ ଓ୍ବିକେଟରେ ହାରି ଯାଇଥିଲା । ଭାରତ ପକ୍ଷରୁ ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ଦକ୍ଷିଣ ଆଫ୍ରିକା ଦଳ ତାହାକୁ ମାତ୍ର ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର