ଟି୨୦ ବିଶ୍ବକପ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଦୁବାଇ ପିଚରେ ପଛରେ ବ୍ୟାଟିଂ କରୁଥିବା ଦଳ ସୁବିଧାଜନକ ସ୍ଥିତିରେ ରହୁଥିବାରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା କୁହାଯାଉଛି । ପିଚରେ ଟିକିଏ ଘାସ ଥିବାରୁ ତାହା ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରଙ୍କୁ ସୁହାଇବ । ଦ୍ବିତୀୟ ଇନିଂସରେ ଏହା ବ୍ୟାଟିଂ ପାଇଁ ଅନୁକୂଳ ରହିବ ।  ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଖେଳୁନାହାନ୍ତି ।

ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲେ । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିବାବେଳେ ଓ୍ବେଷ୍ଟ ଇଣ୍ଡିଜକୁ ଇଂଲଣ୍ଡ ହରାଇଥିଲା । ଏଣୁ ଏହି ମ୍ୟାଚ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଉଦ୍ୟମ କରିବେ ।

 

ସମ୍ବନ୍ଧିତ ଖବର