ଆରମ୍ଭ ହେଲା ବିଶ୍ୱକପ କ୍ରିକେଟ: ଟସ ଜିଣି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦକ୍ଷିଣ ଆଫ୍ରିକା

ଓଭାଲ : ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ-କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ । ପ୍ରାୟ ଦେଢମାସ ଧରି ଚାଲିବାକୁ ଥିବା ବିଶ୍ୱକପ୍ ମୁକାବିଲାରେ ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ଓପନିଂ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି ।  ଦକ୍ଷିଣ ଆଫ୍ରିକା ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

କ୍ବିଣ୍ଟନ ଡିକକଙ୍କ ନେତୃତ୍ୱରେ ଥିବା ଦକ୍ଷିଣ ଆଫ୍ରିକା ଦଳ ଓ ଇଅନ ମୋରଗାନଙ୍କ ନେତୃତ୍ୱରେ ଥିବା ଇଂଲଣ୍ଡ ଦଳ ବେଶ ସନ୍ତୁଳିତ ଦଳ ଓ ଉଭୟ ଏବେ ଫର୍ମରେ ଅଛନ୍ତି । ଏଣୁ ଉଭୟ ଦଳ ଆଜିର ମ୍ୟାଚ ଜିତି ନିଜର ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ । ବିଶ୍ୱକପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୬ଥର ଭେଟିଥିବା ଜଣା ପଡ଼ିଛି । ଉଭୟ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ମୁକାବିଲା ବେଶ୍ ପ୍ରତିଦ୍ୱନ୍ଦୀତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର