ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ । 

Advertisment

୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ ହରାଇ ମ୍ୟାଚର ୪ର୍ଥ ଦିନରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ୧୩୬ ରନ ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ଅଧିନାୟକ ତେମ୍ବା ବାଭୁମା ୬୬ ରନ ଓ ଓ୍ବାଇନ ମୁଲଡର ୨୭ ରନ କରିଥିଲେ । ୧୯୯୮ ପରେ ଅର୍ଥାତ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି ଦକ୍ଷିଣ ଆଫ୍ରିକା । ୧୯୯୮ରେ ଏହି ଦଳ ଆଇସିସି ନକଆଉଟ ଜିତିଥିଲା । ଦକ୍ଷିଣ ଆଫ୍ରିକା ବିଶ୍ବ କ୍ରିକେଟରେ ଏକ ଶକ୍ତିଶାଳୀ ଦଳ ହୋଇଥିଲେ ବି ସବୁବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଥାଏ । କିନ୍ତୁ ଏଥର ଏହି ଦଳ ପୂର୍ବର ନୈରାଶ୍ୟକୁ ଦୂର କରି ଐତିହାସିକ ସଫଳତା ପ୍ରାପ୍ତ କରିଛି । 

୧୯୯୮ ପରେ ଅର୍ଥାତ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି ଦକ୍ଷିଣ ଆଫ୍ରିକା । ୧୯୯୮ରେ ଏହି ଦଳ ଆଇସିସି ନକଆଉଟ ଜିତିଥିଲା। ଦକ୍ଷିଣ ଆଫ୍ରିକା ବିଶ୍ବ କ୍ରିକେଟରେ ଏକ ଶକ୍ତିଶାଳୀ ଦଳ ହୋଇଥିଲେ ବି ସବୁବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଥାଏ । କିନ୍ତୁ ଏଥର ଏହି ଦଳ ପୂର୍ବର ନୈରାଶ୍ୟକୁ ଦୂର କରି ଐତିହାସିକ ସଫଳତା ପ୍ରାପ୍ତ କରିଛି । 

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସରେ ୨୧୨ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିଜ ପ୍ରଥମ ଇନିଂସରେ ମାତ୍ର ୧୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ନିଜର ୨ୟ ଇନିଂସରେ ୨୦୭ ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୭୩ ରନରେ ୭ଟି ଓ୍ବିକେଟ ହରାଇଥିଲା । ତେବେ ମିଚେଲ ଷ୍ଟାର୍କଙ୍କ ଅପରାଜିତ ୫୮ ରନ ଓ ଅଲେକ୍ସ କେରିଙ୍କ ୪୩ ରନ ବଳରେ ଅଷ୍ଟ୍ରେଲିଆ ଏକ ସମ୍ମାନଜନକ ସ୍କୋର କରିବା ସହ ଦକ୍ଷିଣ ଆଫ୍ରିକାଠାରୁ ୨୮୧ ରନରେ ଅଗ୍ରଣୀ ହାସଲ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୮୨ ରନର ଲକ୍ଷ୍ୟ ଥିଲା ।