ସାଫ୍‌ କପ୍‌ ଦଳରେ ୪ ଓଡ଼ିଆ

କଟକ: ବାଲାଂଦେଶର ଢାକାଠାରେ ଡିସେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍‌ ସାଫ୍‌ କପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ସରିତା ସୋରେଙ୍ଗ, ସୁସ୍ମିତା ତନ୍ତି, ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ବନ୍ୟା କବିରାଜ ଓ ବରଗଡ଼ର ନିକିତା ବିଶି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସମସ୍ତ ଖେଳାଳିଙ୍କୁ ଓଡ଼ିଶା ଫୁଟବଲ ସଂଘ ଫାଓର ସମ୍ପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର