ସଚ୍ଚିକାନ୍ତ ସ୍ମାରକୀ କ୍ରିକେଟ୍‌ ସେମିରେ ସ୍କାନ୍‌

ଧର୍ମଶାଳା: କୋତପୁର ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ପଞ୍ଚଦଶ ସଚ୍ଚିକାନ୍ତ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ୱରର ସ୍କାନ୍‌ ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ଶେଷ କ୍ୱାର୍ଟର ଫାଇନାଲରେ ଏହି ଦଳ କଟକର ମା’ ମଙ୍ଗଳା କ୍ରିକେଟ୍‌ କ୍ଲବ୍‌କୁ ୧୧୦ ରନ୍‌ରେ ପରାସ୍ତ କରିଛି। ସ୍କାନ୍‌ ୨୪.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୯୬ ରନ୍‌ କରିଥିଲା। ଶେଖ୍‌ ସଲ୍‌ମାନ୍‌ ୮୬ ଓ କାହ୍ନା ମହାନ୍ତି ୩୫ ରନ୍‌ କରିଥିଲେ। ବିପକ୍ଷ ଦଳର ଧର୍ମସେନା ବାରିକ ୪ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ ମଙ୍ଗଳା ଦଳ ୧୭ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୮୬ ରନ୍‌ କରିଥିଲା। ସତ୍ୟରଂଜନ ସେନାପତି ୨୪ ଓ ପ୍ରଶାନ୍ତ ସେନାପତି ୧୪ ରନ୍‌ କରିଥିଲେ। ବିଜୟୀ ଦଳର ରାମଚନ୍ଦ୍ର ମହାନ୍ତି ୪ ଓ ସଂଜୀବ ଭଞ୍ଜଦେଓ ୨ ଓ୍ଵିକେଟ୍‌ ନେଇଥିଲେ। ସୁବ୍ରତ ଜେନା ଓ ଜଗନ୍ନାଥ ଦାସ ଖେଳ ପରିଚାଳନା କରିଥିଲେ। ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରର ଟାଉନ୍‌ କ୍ଲବ୍‌ ଓ ଭଦ୍ରକର ୟୁନାଇଟେଡ୍‌ କ୍ଲବ୍‌ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର