ଭୁବନେଶ୍ବର: ଯାଜପୁରର କୋଟପୁରଠାରେ ଚାଲିଥିବା ସଚିକାନ୍ତ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ବରର ସ୍କାନ ସ୍ପୋର୍ଟିଂ ସେମିଫାଇନାଲକୁ ଉନ୍ନୀତ ହୋଇଛି। ସେକ୍ ସଲମାନ (୫/୧୭) ଏବଂ ସୁକାନ୍ତ ଦାଶ (୪/୨୦)ଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନପାରି ପୁରୀର ପାୟୋନିୟର୍ କ୍ଲବ୍ ମାତ୍ର ୧୨୨ ରନ୍ କରିଥିଲା। ଜବାବରେ ସୁଜିତ ବେଉରା (୪୨*) ଏବଂ ଆଲୋକ ସେଠୀ (୪୦*)ଙ୍କ ବିସ୍ଫୋରକ ପାଳି ବଳରେ ସ୍କାନ୍ ୯ ୱିକେଟ୍ରେ ବିଜୟୀ ହୋଇଥିଲା। ସେକ୍ ସଲମାନଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ସଚିକାନ୍ତ ସ୍ମାରକୀ କ୍ରିକେଟ୍ ସେମିରେ ସ୍କାନ୍
/sambad/media/post_attachments/wp-content/uploads/2018/12/sekh-suleman.jpg)