ହାଫିଜଙ୍କ ‌ଶ୍ରେଷ୍ଠ ୫ ସର୍ବକାଳୀନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ, କୋହଲି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ମହମ୍ମଦ ହାଫିଜଙ୍କ ପସନ୍ଦିତା ସର୍ବକାଳୀନ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଟ୍ବିଟରରେ ହୋଇଥିବା ଏକ ପ୍ରଶ୍ନୋତ୍ତର ପୋଷ୍ଟିଂରେ ଜବାବ ରଖିବାକୁ ଯାଇ ହାଫିଜ ତାଙ୍କର ଏହି ମତ ରଖିଛନ୍ତି। ଏହି ପ୍ରଶ୍ନୋତ୍ତର ବେଳେ ହାଫିଜ ତାଙ୍କର ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି କ୍ରିକେଟ ସମ୍ବନ୍ଧରେ ଅନେକ ତଥ୍ୟ ରଖିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ବିଶ୍ବର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ନାମ ପଚାରିଥିଲା ବେଳେ ହାଫିଜ ସଙ୍ଗେସଙ୍ଗେ ଏହାର ଜବାବ ଦେଇଥିଲେ। ତାଙ୍କ ବ୍ୟାଟ୍ସମ୍ୟାନଙ୍କ ତାଲିକା ମଧ୍ୟରେ ଭାରତରୁ ଉକ୍ତ ଦୁଇଜଣଙ୍କୁ ସ୍ଥାନ ଦେଇଥିଲା ବେଳେ ନିଜ ଦଳ ପାକିସ୍ତାନର ମାତ୍ର ଜଣଙ୍କୁ ସାମିଲ କରିଛନ୍ତି। ସେହି ଜଣଙ୍କ ହେଲେ ସଇଦ ଅନୱର। ଏମାନଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କୁ ଚୟନ କରିଛନ୍ତି ହାଫିଜ୍‌।

ସାରାବିଶ୍ବରେ ଏବେ କରୋନା କାୟାବିସ୍ତାର କରୁଥିବାରୁ ଏହି ସମୟରେ କୌଣସି ଘରୋଇ କିମ୍ବା ଆନ୍ତର୍ଜାତିକ କ୍ରିକେଟ ଆୟୋଜନ ହେଉନାହିଁ। ଏଭଳି ସ୍ଥିତିରେ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟ ତାରକାମାନେ ‌ସାମାଜିକ ଗଣମାଧ୍ୟମରେ ନିଜକୁ ବ୍ୟସ୍ତ ରଖୁଥିବା ଦେଖାଯାଇଛି। ହାଫିଜଙ୍କ ଏହି ପ୍ରଶ୍ନୋତ୍ତର ସମୟରେ ଜଣେ ପ୍ରଶଂସକ ତାଙ୍କୁ ପାକିସ୍ତାନ ସୁପର ଲିଗ୍‌ରେ ସ୍ପଟ ଫିକ୍ସିଂ ମାମଲ‌ାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାର୍ଜିଲ ଖାନ୍‌ଙ୍କ ବିଷୟରେ ପଚାରିଥିଲେ। ଏପରିକି ସାର୍ଜିଲଙ୍କ ବିପକ୍ଷରେ କାହିଁକି ସେ ଯାଇଥିଲେ ବୋଲି ପ୍ରଶ୍ନରେ ହାଫିଜ ଏକ ଛୋଟ ପ୍ରତିକ୍ରିୟା ରଖିଥିଲେ। ସେ କୌଣସି ବ୍ୟକ୍ତିଙ୍କ ବିରୋଧୀ ନୁହଁନ୍ତି କିନ୍ତୁ ଯାହା ଘଟଣା ଘଟିଥିଲା, ତାହାକୁ ସେ ବିରୋଧ କରନ୍ତି ବୋଲି ଜବାବ ଦେଇଥିଲେ।

ସମ୍ବନ୍ଧିତ ଖବର