ସ୍ପାର୍ଟନକୁ କ୍ଷମାକଲେ ସଚିନ

ନୂଆଦିଲ୍ଲୀ: କମ୍ପାନି ଚୁକ୍ତିନାମା ଉଲ୍ଲଂଘନ ପାଇଁ ବ୍ୟାଟ୍‌ ନିର୍ମାତା ସ୍ପାର୍ଟନ୍‌‌ ବିରୋଧରେ ଭାରତୀୟ କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ଫେଡେରାଲ କୋର୍ଟରେ ମାମଲା କରିଥିଲେ। କମ୍ପାନି କ୍ଷମା ମାଗିବା ପରେ ସଚିନ କରିଥିବା ମାମଲାକୁ ଉଠାଇ ନେଇଛନ୍ତି। ୨୦୧୬ରେ ତେନ୍ଦୁଲକରଙ୍କ ଖେଳ ସାମଗ୍ରୀ ଏବଂ କ୍ରୀଡ଼ା ପୋଷାକକୁ ପ୍ରୋତ୍ସାହିତ କରିବା ପାଇଁ ସ୍ପାର୍ଟନ୍ ଏକ ବିଶ୍ୱସ୍ତରୀୟ ସ୍ୱତନ୍ତ୍ର ପ୍ରାୟୋଜକ ଚୁକ୍ତି କରିଥିଲା। ହେଲେ ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ସ୍ପାର୍ଟନ୍‌ ରୟାଲ୍‌ଟି ଓ ଅନୁମୋଦନ ଦେୟ ପ୍ରଦାନ କରିବାରେ ବିଫଳ ହୋଇଥିଲା।

ଏଥିଲାଗି ସ୍ପାର୍ଟନ୍‌ର ନିର୍ଦେଶକ କୁନାଲ ଶର୍ମା ଓ ସିଇଓ ଲେସ୍‌ ଗାଲ୍‌ବ୍ରେଥ୍‌ଙ୍କ ବିରୋଧରେ ଚୁକ୍ତିନାମା ଉଲ୍ଲଂଘନ, ବିଭ୍ରାନ୍ତିକର ଓ ପ୍ରତାରଣାକାରୀ ଆଚରଣ ଅଭିଯୋଗ କରି ତେନ୍ଦୁଲକର ମାମଲା ରୁଜୁ କରିଥିଲେ। ପ୍ରାୟୋଜକ ଚୁକ୍ତିନାମାକୁ ସମ୍ମାନ ଦେଇ ନ ଥିବାରୁ ତେନ୍ଦୁଲକରଙ୍କୁ ଆନ୍ତରିକତାର ସହ କ୍ଷମା ମାଗିଛୁ। ଏହି ବିବାଦର ସମାଧାନ ପାଇଁ ତେନ୍ଦୁଲକରଙ୍କ ଧୈର୍ଯ୍ୟ ପାଇଁ କୃତଜ୍ଞ ବୋଲି ସ୍ପାର୍ଟନର ସିଇଓ ଗାଲବ୍ରେଥ୍‌ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର