ମୁମ୍ବାଇ: ମୁମ୍ବାଇର ଦିନଦୟାଲ ପାଟିଲ ଷ୍ଟାଡିୟମରେ ଆୟୋଜିତ ଏକ କ୍ରିକେଟ୍ ଶିବିର ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ପିଲା ଦିନର ସାଥୀ ବିନୋଦ କାମ୍ବଲିଙ୍କୁ ନେଟ୍ସରେ ବୋଲିଂ କରିଥିଲେ। ଏହାର ଏକ ଭିଡିଓ ସେ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ। ହେଲେ ଆଇସିସି ସଚିନ ବୋଲିଂ କଲା ବେଳେ ତାଙ୍କ ଆଗ ପାଦ କ୍ରିଜ୍ ବାହାରେ ପକାଇଥିବାରୁ ଏହା ଏକ ନୋ’ ବଲ୍ ଥିଲା ବୋଲି ଦର୍ଶାଇଥିଲା। ସଚିନଙ୍କ ଭିଡିଓ ସହ ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନର ନୋ’ ବଲ୍ ଦେଖାଉଥିବାର ଏକ ଫଟୋ ଯୋଡ଼ି ଆଇସିସି ଏହାକୁ ପୁନର୍ବାର ନିଜ ଆକାଉଣ୍ଟରୁ ଟ୍ବିଟ୍ କରିଥିଲା। ସଚିନ ଓ ବକନରଙ୍କ ସଂପର୍କ ବହୁ ପୁରୁଣା। ଅବସର ନେବା ପୂର୍ବରୁ ବକନର ଅନେକ ଥର ସଚିନଙ୍କୁ ଆଉଟ୍ ନଥିଲେ ବି ଆଉଟ୍ ଘୋଷିତ କରି ବିବାଦୀୟ ହୋଇଥିଲେ। ୪୬ ବର୍ଷୀୟ ସଚିନ ଏହି ଅବସରରେ ବ୍ୟାଟିଂ ମଧ୍ୟ କରିଥିଲେ। ହେଲେ ଆଇସିସି ଏଥିନେଇ ଚୁପ୍ ରହିଛି। ଏହି ଶିବିର ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମି ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ଏକାଡେମି ତେନ୍ଦୁଲକର ଏବଂ ଇଲିସ୍ କାଉଣ୍ଟି କ୍ଲବ୍ ମିଡିଲସେକ୍ସର ଯୌଥ ଉଦ୍ୟମରେ ଆରମ୍ଭ ହୋଇଛି। ଏଥିରେ ୯ରୁ ୧୪ ବର୍ଷ ବୟସ ପିଲାଙ୍କୁ କ୍ରିକେଟ୍ ପ୍ରଶିକ୍ଷଣ ଦିଆଯାଉଛି।
ନେଟ୍ସରେ ବୋଲିଂ କଲେ ସଚିନ, ଆଇସିସି କହିଲା ନୋ’ ବଲ୍
/sambad/media/post_attachments/wp-content/uploads/2019/05/Untitled-4-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)