ସ୍ବର୍ଣ୍ଣ ମନ୍ଦିର‌ରେ ସଚିନ୍‌

ଅମୃତସର: କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଶୁକ୍ରବାର ପତ୍ନୀ ଅଞ୍ଜଳିଙ୍କ ସହ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ। ପରିଦର୍ଶନ ଅବସରରେ ସ୍ବର୍ଣ୍ଣ ପନ୍ଦିରରୁ ସଚିନ୍‌ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତା ପଠାଇଥିଲେ। ‘‘ଅମୃତସର! ୱାହେଗୁରୁ ଜୀ କା ଖାଲ୍‌ସା, ୱାହେଗୁରୁ ଜୀ କି ଫତେ’’ ବୋଲି ସଚିନ୍‌ ଟ୍ବିଟ୍‌ କରିଥିଲେ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରୁଥିବା ପବିତ୍ର ସ୍ବର୍ଣ୍ଣ ମନ୍ଦିରକୁ ସଚିନ୍‌ଙ୍କର ଏହା ପ୍ରଥମ ପରିଦର୍ଶନ ଥିଲା। ମୁଁ ପିଲାଦିନେ ଅମୃତସର ଆସିଥିଲି, ହେଲେ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିପାରିନଥିଲି ବୋଲି ସଚିନ୍‌ କହିଥିଲେ। ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ ସାଙ୍ଗକୁ ସଚିନ୍‌ ଓ ଅଞ୍ଜଳି ମଧ୍ୟ ନିକଟସ୍ଥ ଐତିହାସିକ ଜାଲିଆନାୱାଲାବାଗ୍‌ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର