ମୁମ୍ବାଇ: ଦିନିକିଆରେ ବିରାଟ କୋହଲିଙ୍କ ଅପେକ୍ଷା ସଚିନ ତେନ୍ଦୁଲକର ହେଉଛନ୍ତି ଶ୍ରେଷ୍ଠ ଖେଳାଳି। କ୍ରିକେଟରେ ପରିବର୍ତ୍ତିତ ନିୟମ ଓ ତାଙ୍କର ଲମ୍ବା ଖେଳ ଜୀବନକୁ ବିଚାରକୁ ନେଇ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏଭଳି ମତ ଦେଇଛନ୍ତି। ସଚିନ୍ ୨୦୧୩ରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲା ବେଳେ ୪୬୩ ଦିନିକିଆରୁ ୪୪.୮୩ ହାରରେ ୧୮,୪୨୬ ରନ୍ ସ˚ଗ୍ରହ କରିଛନ୍ତି। ଏଥିମଧ୍ୟରେ ୪୯ ଶତକ ଅନ୍ତର୍ଭୁକ୍ତ। ଏହା ତୁଳନାରେ କୋହଲି ବର୍ତ୍ତମାନ ସୁଦ୍ଧା ୨୪୮ ଦିନିକିଆରୁ ୫୯.୩୩ ହାରରେ ୪୩ ଶତକ ସହ ମୋଟ ୧୧, ୮୬୭ ରନ୍ ସ˚ଗ୍ରହ କରିଛନ୍ତି।
ସଚିନ୍ ଖେଳିବା ସମୟରେ ଗୋଟିଏ ବଲ୍ ବ୍ୟବହାର ହେଉଥିଲା ବେଳେ ଏବେ ଦୁଇଟି ବଲ୍ରେ ଖେଳାଯାଉଛି। ଏଥିସହ ବର୍ତ୍ତମାନ ତିନିଟି ପାଵାର ପ୍ଲେ ବ୍ୟବହାର ହେଉଛି। ପ୍ରଥମ ପାଵାର ପ୍ଲେ (୧ରୁ ୧୦ ଓଭର)ରେ ୩୦ ଗଜ ସୀମା ବାହାରେ ଦୁଇ ଜଣ ଖେଳାଳି ରହିପାରୁଛନ୍ତି। ଦ୍ବିତୀୟ ପାଵାର ପ୍ଲେ (୧୦ରୁ ୪୦ ଓଭର)ରେ ୪ ଜଣ ଖେଳାଳିଙ୍କୁ ଅନୁମତି ମିଳୁଥିଲା ବେଳେ ତୃତୀୟ ତଥା ଶେଷ ପାଵାର ପ୍ଲେ (୪୦ରୁ ୫୦ ଓଭର)ରେ ୫ ଜଣ ଖେଳାଳି ୩୦ ଗଜ ବାହାରେ ରହୁଛନ୍ତି। ତେଣୁ ଏବେକା ସମୟରେ ନିୟମରେ ପରିବର୍ତ୍ତନ ହେଉଥିବାରୁ ଏହା ବ୍ୟାଟ୍ସମ୍ୟାନଙ୍କୁ ସହାୟକ ହେଉଛି। ଦୁଇଟି ବଲ୍ରେ ଖେଳାଯିବା ସହ ରିଭର୍ସ ସୁଇ˚ ଦେଖିବାକୁ ମିଳୁନାହିଁ କି ସ୍ପିନ୍ରୁ ସେଭଳି କିଛି ଘଟୁନାହିଁ। ଏଥିସହ ୫୦ ଓଭର ପର୍ଯ୍ୟନ୍ତ ୫ ଜଣ ଖେଳାଳି ୩୦ ଗଜ ଭିତରେ ରହୁଥିବାରୁ ଏହା ବ୍ୟାଟ୍ସମ୍ୟାନଙ୍କୁ ଖେଳିବା ପାଇଁ ଅଧିକ ସହଜ କରିଦେଉଛି। କିନ୍ତୁ ସଚିନ୍ଙ୍କ ସମୟରେ ନିୟମ ଭିନ୍ନ ରହିଥିଲା। ସେତେବେଳେ ୨୩୦ରୁ ୨୪୦ ରନ୍ ସ˚ଗ୍ରହ କରିବା ବହୁତ ବଡ଼ କଥା ହେଉଥିଲା। ଏଭଳି ନିୟମ ଭିତରେ ସଚିନ ଲମ୍ବା ସମୟ ପାଇଁ ଖେଳିବା ଗର୍ବର ବିଷୟ। ତେଣୁ ଉଭୟଙ୍କ ମଧ୍ୟରୁ ସଚିନ୍ଙ୍କ ସପକ୍ଷରେ ଗମ୍ଭୀର ଯିବା ପାଇଁ ପସନ୍ଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/fshsfhsf4h9sf87h98sfh798sfhsfhhhhhhhhhhhhhhhhhhhhhh.jpg)