ନୂଆଦିଲ୍ଲୀ: ଦ୍ବୈତ ସ୍ବାର୍ଥ ପ୍ରସଙ୍ଗରେ ସଚିନ ତେନ୍ଦୁଲକର ମଙ୍ଗଳବାର ବିସିସିଆଇ ଲୋକପାଳ ତଥା ନୈତିକ ଅଧିକାରୀ ଡିକେ ଜୈନଙ୍କୁ ଭେଟିଛନ୍ତି। କିନ୍ତୁ ଶୁଣାଣି ଦିବସକୁ ପୁଣି ମେ’ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ବିତର୍କିତ ପ୍ରସଙ୍ଗରେ କୌଣସି ଉଲ୍ଲେଖନୀୟ ଅଗ୍ରଗତି ହୋଇନାହିଁ। ତଥାପି ପରବର୍ତୀ ଶୁଣାଣି ବେଳେ ସଚିନଙ୍କ ହାଜିରା ଜରୁରି ହେବ ନାହିଁ ବୋଲି କୁହାଯାଇଛି। ଗତ ଏପ୍ରିଲ୍ ୨୪ ତାରିଖ ଦିନ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ଜଣେ ସଦସ୍ୟ ସଂଜୀବ ଗୁପ୍ତା ୪୬ ବର୍ଷୀୟ ସଚିନ ତେନ୍ଦୁଲକରଙ୍କ ନାମରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣିଥିଲେ। ସଚିନ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଉପଦେଷ୍ଠା ହେବା ସହିତ ବିସିସିଆଇର କ୍ରିକେଟ୍ ଉପଦେଷ୍ଠା ସମିତି (ସିଏସି)ର ସଦସ୍ୟ ରହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ସଚିନ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିସିସିଆଇକୁ ଦୋଷାରୋପ କରି ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ଅନୁରୋଧ କରିଥିଲେ। କେବଳ ସଚିନ ନୁହଁନ୍ତି ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଅନୁରୂପ ଭାବେ ଆଇପିଏଲ୍ ଦଳ ଏବଂ ସିଏସିରେ ଥିବାରୁ ଲୋକପାଳଙ୍କ ନୋଟିସର ଡାକରା ପାଇଛନ୍ତି।
ବିସିସିଆଇ ଲୋକପାଳଙ୍କୁ ଭେଟିଲେ ସଚିନ
/sambad/media/post_attachments/wp-content/uploads/2019/05/Tendulkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)