ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ଅଲିଭା ନାମ ସଚିନ ତେନ୍ଦୁଲକର୍ ସ୍ବାଧୀନତର ଦିବସ ଅବସରରେ ଭାରତୀୟ ମହିଳା ଖେଳାଳିଙ୍କ ଉପରେ ଏକ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି କି ଭାରତୀୟ ମହିଳା ଖେଳାଳିମାନେ ଦେଶର ଟେକ ରଖିଛନ୍ତି। ଏହା ସହିତ ସେ ଭିନେଶ ଫୋଗଟରୁ ନେଇ ମନୁ ଭାକରଙ୍କ ନାମ ଉଲ୍ଲେଖ କରିଛନ୍ତି।
କ୍ରିକେଟ୍ ଦୁନିଆର ଭଗବାନ ବୋଲି କୁହାଯାଉଥିବା ସଚିନ କହିଛନ୍ତି ଯେ ଭାରତୀୟ ମହିଳା ଖେଳାଳିମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେ କରିଥିବା ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ସୁଟର୍ ମନୁ ଭାକରଙ୍କ ଯୋଡ଼ା ପଦକରୁ ପ୍ରଶଂସା ଆରମ୍ଭ କରିଛନ୍ତି।
ସଚିନ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ଯେବେ ମନୁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ଦୁଇଟି ପଦକ ଜିତିଲେ ତ ଆମ ଦେଶର ଛାତି ଗର୍ବରେ ଫୁଲି ଉଠିଲା। ଏହା ସହ ଦୁଇ ରେକର୍ଡ ବି ବନାଇଛନ୍ତି। ସେ ଅଲମ୍ପିକ୍ସରେ ପଦକ ଜିତବାରେ ପ୍ରଥମ ଭାରତୀୟ ମହିଳା ଓ ଅଲମ୍ପିକ୍ସରେ ଯୋଡ଼ା ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି।’’
ଏହା ବ୍ୟତୀତ ସଚିନ ମହିଳା ଖେଳାଳି ଭିନେଶ ଫୋଗଟ୍, ନିଶା ଦହିଆଙ୍କ ନାମ ବି ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-87.jpg)