ବାପାଙ୍କ ସ୍ମୃତିରେ ୫୬୦ ଜଣ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ଅର୍ଥ ପାଇଁ ପାଠ ପଢିପାରୁନଥିବା ପିଲାଙ୍କ ଦାୟିତ୍ୱ ନେଲେ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର | ୨୦୧୩ ମସିହାରେ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇଥିଲେ। ଆଉ ଏବେ ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ୫୬୦ ଜଣ ଆଦିବାସୀ ପିଲାଙ୍କ ଭାଗ୍ୟ ନିର୍ମାଣ ପାଇଁ ତେନ୍ଦୁଲକର ଦାୟିତ୍ୱ ନେଇଛନ୍ତି । ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଏନଜିଓ ସହିତ ହାତ ମିଳାଇଛନ୍ତି। ଆଜି ସଚିନ ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ପହଞ୍ଚିଥିଲେ | ଆଜି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଇନ୍ଦୋର ଦେଇ ସନ୍ଦଲପୁର ଗାଁରେ ପହଞ୍ଚିଥିଲେ। ଯେଉଁଠାରେ ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ |

ଏଠାରେ ସଚିନ ତେନ୍ଦୁଲକର ତାଙ୍କ ପିତାଙ୍କୁ ମନେ ପକାଇ କହିଥିଲେ ଯେ ମୋ ବାପା ଚାଁହୁଥିଲେ ଯେ ମୁଁ ପିଲାମାନଙ୍କ ପାଇଁ କିଛି କରିବି | ଆଜି ଯଦି ମୋ ବାପା ଥାନ୍ତେ ତେବେ ବହୁତ ଖୁସି ହୋଇଥାନ୍ତେ | ସୂଚନା ମୁତାବକ ମଧ୍ୟପ୍ରଦେଶର ‘ସଂସ୍ଥା ପରିବାର’ ନାମକ ଏନଜିଓ ପିଲାଙ୍କ ପାଠପଢା ନେଇ କାର୍ଯ୍ୟ କରିଥାଏ | ଆଉ ଏହି ଏନଜିଓ ସହ ମିଶି ୫୬୦ ଜଣ ପିଲାଙ୍କ ସମ୍ପୂର୍ଣ୍ଣ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ସଚିନ କହିଛନ୍ତି |

ସୂଚନା ମୁତାବକ ଆଜି ତେନ୍ଦୁଲକରଙ୍କ ପାଇଁ ଏକ ବିଶେଷ ଦିନ ଥିଲା | କାରଣ ଆଜି ସଚିନ ତେନ୍ଦୁଲକର ୨୦୧୩ ମସିହାରେ କ୍ରିକେଟରୁ ଅବସର ନେଇଥିଲେ। ତେବେ କେବଳ ପାଠପଢା ଖର୍ଚ୍ଚ ନୁହେଁ ବରଂ ସେହୋର ଜିଲ୍ଲାର ୫ଟି ଗ୍ରାମର ପିଲାମାନଙ୍କୁ ତେନ୍ଦୁଲକର ଫାଉଣ୍ଡେସନ ସହାୟତାରେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିବ ବୋଲି ସଚିନ କହିଛନ୍ତି |

ସମ୍ବନ୍ଧିତ ଖବର