ଲଣ୍ଡନ :  ଆଜି  ଐତିହାସିକ ଲର୍ଡସଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ ଆରମ୍ଭ ହୋଇଛି । ଏହା ପୂର୍ବରୁ ଭାରତର ପ୍ରସିଦ୍ଧ କ୍ରିକେଟ ଖେଳାଳି ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସମ୍ମାନିତ କରାଯାଇଥିଲା । ସେ ଲର୍ଡସ ଷ୍ଟାଡିୟମଠାରେ ଥିବା ଐତିହାସିକ ଘଣ୍ଟି ବଜାଇ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଶୁଭାରମ୍ଭ କରିଥିଲେ ।  ଏହା ପୂର୍ବରୁ ସେ ଲର୍ଡସ ମ୍ୟୁଜିୟମଠାରେ ତାଙ୍କର ଏକ ଫଟୋଚିତ୍ରକୁ ଉଦଘାଟନ କରିଥିଲେ ।

Advertisment

ଗତ ୨୦୦୭ରୁ ଲର୍ଡସରେ ଘଣ୍ଟି ବଜାଇବାର ପରମ୍ପରା ରହିଆସିଛି । ପ୍ରତ୍ୟେକ ଦିନ ମ୍ୟାଚ ପୂର୍ବରୁ ଏହି ଘଣ୍ଟିକୁ ୫ ମିନିଟ ଧରି ବଜାଇବାର ପରମ୍ପରା ରହିଛି । ଏହି ଘଣ୍ଟି ବଜାଇବାକୁ ବିଶିଷ୍ଟ କ୍ରିକେଟ ଖେଳାଳି, ପ୍ରଶାସକ, ସେଲିବ୍ରିଟିମାନଙ୍କୁ ଆମନ୍ତ୍ରିତ କରାଯାଇଥାଏ । ପୂର୍ବରୁ ୨୦୧୮ ଅଗଷ୍ଟ ୧୦ରେ ସଚିନଙ୍କୁ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ଆରମ୍ଭ ପାଇଁ ଘଣ୍ଟି ବଜାଇବାକୁ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ବର୍ଷ। ଯୋଗୁଁ ସେ ଦିନର ଖେଳ ବାତିଲ ହେବାରୁ ସେ ଘଣ୍ଟି ବଜାଇପାରିନଥିଲେ । ପରେ ୨୦୨୨ ଏପ୍ରିଲ ୧୧ରେ ସେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ ବେଳେ ଏହି ସୁଯୋଗ ପାଇଥିଲେ ।