ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଇଣ୍ଡିଆ ମାଷ୍ଟର୍ସ ପ୍ରଥମ ଥର ଆୟୋଜିତ ଇଣ୍ଟରନ୍ୟାସ୍ନାଲ୍ ମାଷ୍ଟର୍ସ ଲିଗ୍ (ଆଇଏମ୍ଏଲ୍)ରେ ବିଜେତା ହୋଇଛି। ରାୟପୁରରେ ଖେଳାଯାଇଥିବା ଫାଇନାଲ୍ରେ ଇଣ୍ଡିଆ ମାଷ୍ଟର୍ସ ୬ ୱିକେଟ୍ରେ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ପରାସ୍ତ କରିଥିଲା। ଏହି ବିଜୟ ପରେ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘‘ଚାମ୍ପିଅନ୍ସ, ଅଭ୍ୟାସ ଶିବିରରୁ ମ୍ୟାଚ୍ ଦିନ ପର୍ଯ୍ୟନ୍ତ, ଆଇଏମ୍ଏଲ୍ର ଏହି ସବୁ ମୁହୂର୍ତ୍ତ ପୂର୍ବ ସମୟର ସ୍ମୃତି ମନେପକାଇ ଦେଉଥାଏ। କିଛି ମହାନ ଖେଳାଳିଙ୍କ ସହ ପିଚ୍କୁ ଓହ୍ଲାଇବା ଅବିଶ୍ବସନୀୟ ଥିଲା।
ଦର୍ଶକ, ଆୟୋଜକ ଓ ସାଥୀ ଖେଳାଳିଙ୍କ ସହ ଏହି ଅଭିଜ୍ଞତା ସ୍ମରଣୀୟ ହୋଇ ରହିବ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।’’ ଏହି ପ୍ରତିଯୋଗିତାରେ ତେନ୍ଦୁଲକର ୬ ମ୍ୟାଚ୍ ଖେଳି ୩୦.୧୬ ହାର, ୧୫୩.୩୮ ଷ୍ଟ୍ରାଇକ୍ରେଟ୍ ଓ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୧୮୧ ରନ୍ କରିଥିଲେ। ଅମ୍ବାତି ରାୟୁଡ଼ୁ ୫ ପାଳିରେ ୧୮୮ ରନ୍ କରିଥିଲା ବେଳେ ଯୁବରାଜ ସମାନ ମ୍ୟାଚ୍ ଖେଳି ୧୭୯ ହାର ଓ ୧୮୪.୫୩ ଷ୍ଟ୍ରାଇକ୍ରେଟ୍ରେ ୧୭୯ ରନ୍ କରିଥିଲେ। ଯୁବି ମଧ୍ୟ ଗୋଟିଏ ଅର୍ଦ୍ଧଶତକ ସହ ୩ ୱିକେଟ୍ ନେଇଛନ୍ତି। ଷ୍ଟୁଆର୍ଟ ବିନ୍ନି ୧୨୨, ଇର୍ଫାନ ପଠାନ ୧୧୩ ରନ୍ କରିବା ସହ ଓ ୬ ୱିକେଟ୍ ନେଇଥିଲେ। ବୋଲିଂରେ ପବନ ନେଗି ୯, ବିନୟ କୁମାର ୮ ୱିକେଟ୍ ଦଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/18/c9yRrCvcKPobJxXC156D.jpg)