ପରଦା ଉପରେ ବି ସଚିନ ସଫଳ

ନୂଆଦିଲ୍ଲୀ: କ୍ରିକେଟ୍‌ ପଡ଼ିଆ ଭଳି ଚଳଚ୍ଚିତ୍ର ପରଦାରେ ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସଫଳତାର ନୂଆ ଫର୍ଦ ସୃଷ୍ଟି କରିଛନ୍ତି। ତାଙ୍କ ଜାଜ୍ଜୁଲ୍ୟମାନ କ୍ରୀଡ଼ା ଜୀବନକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ ସଚିନ: ଏ ବିଲିଅନ୍‌ ଡ୍ରିମ୍ସ’ ଚଳିତ ବର୍ଷର ଆକୋଲେଡ୍‌ ବିଶ୍ୱ ଚଳଚ୍ଚିତ୍ର ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି। ଯାହା ସଚିନଙ୍କ ସହ ତାଙ୍କ ପ୍ରଶଂସକଙ୍କୁ ବି ଆନନ୍ଦିତ କରିଛି। ସେଥିପାଇଁ ପ୍ରଶଂସକମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଏବଂ ପ୍ରଶଂସାରେ ପୋତି ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଭଗବାନଙ୍କ ଚଳଚ୍ଚିତ୍ର ପୁରସ୍କୃତ ହେଲା। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ବିଶ୍ୱ ବିଜୟୀ ତାଙ୍କ ସଂଗ୍ରହାଳୟରେ ଆଉ ଏକ ପୁରସ୍କାର ଯୋଡ଼ିଲେ। ତୁମେ ମହାନ ସଚିନ ତେନ୍ଦୁଲକର। ସେହିଭଳି ପଡ଼ିଆ ଭିତର ହେଉକି ବାହାର ସଚିନ ତୁମେ ଅସଲ ରକ୍‌ ଷ୍ଟାର ବୋଲି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ‘ ସଚିନ: ଏ ବିଲିଅନ୍‌ ଡ୍ରିମ୍ସ’ର ନିର୍ଦେଶନା ଜେମ୍ସ ଏରସକାଇନ୍‌ ଦେଇଥିଲେ। ମେ ୧୬ ୨୦୧୭ରେ ଏହି ଚଳଚ୍ଚିତ୍ର ପାଞ୍ଚଟି ଭାଷା ହିନ୍ଦି, ଇରାଜୀ, ମରାଠୀ, ତାମିଲ ଓ ତେଲୁଗୁରେ ମୁକ୍ତିଲାଭ କରିଥିଲା।

ସମ୍ବନ୍ଧିତ ଖବର