ନୂଆଦିଲ୍ଲୀ: ଯେତେବେଳେ ଭାରତ ସମେତ ବିଶ୍ୱରେ କ୍ରିକେଟ୍ ବିଷୟରେ ଆଲୋଚନା ହୁଏ, ସେତେବେଳେ ମନକୁ ପ୍ରଥମେ ଆସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ। ଖାଲି ସେତିକି ନୁହେଁ, ଭାରତୀୟ କ୍ରିକେଟରେ ତାଙ୍କର ଯେଉଁ ଭୂମିକା ରହିଥିଲା, ତାହା ଭୁଲିପାରିବା ଅସମ୍ଭବ। ଆଜି ସଚିନଙ୍କ ଜନ୍ମଦିନ ଏବଂ ସେ ବର୍ତ୍ତମାନ ୫୦ବର୍ଷରେ ପାଦ ଦେଇଛନ୍ତି। ସେ ତାଙ୍କ କ୍ୟାରିୟରରେ ଏତେ ରେକର୍ଡ କରିଛନ୍ତି ଯେ ତାଙ୍କ ନାଁ କ୍ରିକେଟ୍ ଇତିହାସରେ ରେକର୍ଡ ହୋଇଛି। ଯଦିଓ ସେ କ୍ରିକେଟରୁ ଏବେ ଅବସର ନେଇଛନ୍ତି, ତଥାପି ରୋଜଗାର କ୍ଷେତ୍ରରେ ସେ ଆଗରେ ଅଛନ୍ତି।
ଖୁବ କମ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବେଳେ ନିଜ କ୍ୟାରିଅରରେ ସେ ବହୁତ ଟଙ୍କା ରୋଜଗାର କରିଥିଲେ। ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୭୫ନିୟୁତ ଡଲାର ଅର୍ଥାତ୍ ୧୪୩୬କୋଟି ଟଙ୍କା। କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସେ ବିଜ୍ଞାପନ ତଥା ଅନ୍ୟାନ୍ୟ ଉପାୟରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।
ସଚିନ ତେନ୍ଦୁଲକର ହୁଏତ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ବଡ ବ୍ରାଣ୍ଡଗୁଡ଼ିକ ଏବେ ବି ତାଙ୍କୁ ନିଜ ପ୍ରଡକ୍ଟର ବିଜ୍ଞାପନରେ ନେବା ବନ୍ଦ କରିନାହାନ୍ତି। ସଚିନ ଏବେ ବୁଷ୍ଟ, ଅନଏକାଡେମି, କାଷ୍ଟ୍ରୋଲ ଇଣ୍ଡିଆ, ବିଏମଡବ୍ଲୁ, ଲୁମିନସ ଇଣ୍ଡିଆ, ସନ୍ଫିଷ୍ଟ, ଏମଆରଏଫ ଟାୟାର, ଅଭିଭା ଇନସୁରାନ୍ସ, ପେପସି, ଆଡିଡାସ୍, ଭିସା, ଲୁମିନସ, ସାନୋ, ବିପିଏଲ୍, ଫିଲିପ୍ସ, ସ୍ପିନି ଭଳି କମ୍ପାନିର ବିଜ୍ଞାପନ କରୁଛନ୍ତି। ଏହା ବ୍ୟତୀତ ଜିଓ ସିନେମା ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଏମଏସ ଧୋନି ଏବଂ ସ୍ମୃତି ମନ୍ଧାନାଙ୍କ ସହ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି।