ମେଲ୍‌ବର୍ଣ୍ଣ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଶୁକ୍ରବାର ସମ୍ମାନଜନକ ମେଲ୍‌ବର୍ଣ୍ଣ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)ର ସଦସ୍ୟତା ସ୍ବୀକାର କରିଛନ୍ତି। ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି) ବିଶ୍ବର ଶ୍ରେଷ୍ଠ ଷ୍ଟାଡିୟମ୍‌ ଭାବେ ପରିଚିତ। ଏହାର ‌ଦେଖାଶୁଣା ୧୮୩୮ରେ ପ୍ରତିଷ୍ଠିତ ଅଷ୍ଟ୍ରେଲିଆର ସବୁଠୁ ପୁରୁଣା କ୍ରୀଡ଼ା କ୍ଲବ୍‌ ଏମ୍‌ସିସି କରୁଛି। ଏମ୍‌ସିସି ‘ଏକ୍ସ’ ପୋଷ୍ଟ୍‌ କରିଛି  ‘‘ଏହା ଏକ ବଡ଼ ସମ୍ମାନ। କ୍ରୀଡ଼ାପ୍ରତି ଯୋଗଦାନ ଲାଗି ଆମେ ପୂର୍ବତନ ଭାରତୀୟ ଅଧିନାୟକ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ୍‌ ସଦସ୍ୟତା ପ୍ରଦାନ କରିଛୁ। ସେ ଏହା ସ୍ବୀକାର କରିଥିବାରୁ ଆମେ ବହୁତ ଖୁସି’’।

Advertisment

ଏମ୍‌ସିଜିରେ ସଚିନ ୫ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୪.୯୦ ହାର, ୫୯.୬୯ ଷ୍ଟ୍ରାଇକ୍‌ରେଟ୍‌ ଓ ୩ ଅର୍ଦ୍ଧଶତକ ସହାୟତାରେ ୪୪୯ ରନ୍‌ କରିଛନ୍ତି। ଏମ୍‌ସିଜିରେ ସଚିନଙ୍କ ନାମରେ ଏବେବି ସର୍ବାଧିକ ରନ୍‌ର ରେକର୍ଡ ରହିଛି। ସଚିନଙ୍କୁ ୨୦୧୨ରେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ’ ମିଳିଥିଲା।