ସଚିନ୍‌ ଚଳାଇଲେ ୧୧୯ବର୍ଷ ପୁରୁଣା କାର, ଜାଣନ୍ତୁ ଏହି କାରର ବିଶେଷତ୍ୱ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ କାର ପ୍ରତି ଦୁର୍ବଳତା ଥିବା କଥା ଆମେ ଅନେକ ସମୟରେ ଶୁଣିବାକୁ ପାଇଛୁ। ସଚିନ୍‌ ନିଜ ପାଖରେ ବଛାବଛା କେତେଟି ଆକର୍ଷଣୀୟ କାରକୁ ସାଇତି ବି ରଖିଛନ୍ତି। ସଚିନ୍‌ ସମ୍ପ୍ରତି ଚାଲୁଥିବା କ୍ରିକେଟ ଓ୍ଵାଲର୍ଡ କପ୍‌କୁ ନେଇ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଏକ କାର ଚଳାଉଥିବା ନଜର ଆସିଛନ୍ତି। ଏହି କାରଟି ୧୧୯ ବର୍ଷ ପୁରୁଣା ବୋଲି କୁହାଯାଉଛି। ୧୧୯ବର୍ଷ ପୁରୁଣା ଭିଣ୍ଟେଜ୍‌ କାର ଚଳାଉଥିବାର ଭିଡିଓ ସଚିନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

 

ସଚିନ୍‌ଙ୍କ କାର ପ୍ରତି ଥିବା ଦୁର୍ବଳତା ସବୁବେଳେ ଚର୍ଚ୍ଚାରେ ରହିଥାଏ। ସେ ୧୧୯ ବର୍ଷ ପୁରୁଣା ଏହି କାର ଚଳାଇ ଫ୍ୟାନ୍ସଙ୍କ ସହ ନିଜ ଅନୁଭବ ସେୟାର କରିଛନ୍ତି। ଏହି ଭିଣ୍ଟେଜ କାର ଡାଏମଲେର୍‌ର ୧୯୦୦ ମସିହାର ମଡେଲ। ସଚିନ୍‌ ସେୟାର କରିଥିବା ଭିଡିଓରେ ଜଣେ ବ୍ୟକ୍ତି ବି ନଜର ଆସୁଛନ୍ତି, ଯିଏକି ସଚିନ୍‌ଙ୍କୁ ଏହି କାର ଡ୍ରାଇଭ୍‌ କରିବାର ଶୈଳୀକୁ ଶିଖାଉଛନ୍ତି। ୧୯୦୦ ମସିହା ଓ ଏବେକାର କାର୍‌ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଡିଜାଇନ୍‌ ଓ ଇଂଜିନିୟରିଂ ମାମଲାରେ ଭିଣ୍ଟେଜ କାର ସମ୍ପୂର୍ଣ୍ଣ ଅଲଗା ରହିଛି।

ସମ୍ବନ୍ଧିତ ଖବର