ମୁମ୍ବାଇ: କରୋନାଭାଇରସ୍ ନମୁନା ପରୀକ୍ଷା ‘ପଜିଟିଭ୍’ ଆସିବାର ୬ ଦିନ ପରେ ଆଜି ମହାନ୍ ଭାରତୀୟ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏହା ବ୍ୟତିରେକେ, ଆଜି ଭାରତ ଦ୍ୱିତୀୟ ବିଶ୍ୱକପ୍ ପାଇବାର ୧୦ମ ବାର୍ଷିକୀ ଅବସରରେ ମଧ୍ୟ ସେ ତାଙ୍କ ଟିମ୍ମେଟ୍ ଏବଂ ପ୍ରତ୍ୟେକ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Image Courtesy of The Printଉଲ୍ଲେଖଯୋଗ୍ୟ, ୨୦୧୧ ଏପ୍ରିଲ୍ ୨ ତାରିଖ ଦିନ ଭରପୂର ଦର୍ଶକ ଥିବା ମୁମ୍ବାଇର ଓ୍ଵାଂଖଡେ ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟ୍ରେ ପରାସ୍ତ କରି ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଦୀର୍ଘ ୨୮ ବର୍ଷ ପରେ ଭାରତ ଦ୍ୱିତୀୟ ଥର ‘ଆଇସିସି କ୍ରିକେଟ୍ ଓ୍ଵାର୍ଲଡ୍ କପ୍’ ବିଜୟୀ ହୋଇଥିଲା।
ଟୁଇଟ୍ କରି ସଚିନ୍ ଲେଖିଛନ୍ତି, ଶୁଭକାମନା ଏବଂ ପ୍ରାର୍ଥନା ଲାଗି ଆପଣମାନଙ୍କୁ ଧନ୍ୟବାଦ। ଅନେକ ସତର୍କତା ଏବଂ ଡାକ୍ତରୀ ପରାମର୍ଶ ଅନୁସାରେ, ମତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଳ୍ପ କେତେ ଦିନ ମଧ୍ୟରେ ଘରକୁ ଫେରିବି ବୋଲି ଆଶା କରୁଛି। ଯତ୍ନଶୀଳ ହୋଇ ସମସ୍ତେ ନିରାପଦ ରୁହନ୍ତୁ। ସମସ୍ତ ଭାରତୀୟ ଏବଂ ମୋର ଟିମ୍ମେଟ୍ଙ୍କୁ ଆମ ବିଶ୍ୱ କପ୍ ବିଜୟର ୧୦ମ ବାର୍ଷିକୀ ଅବସରରେ ଶୁଭେଚ୍ଛା ଜଣାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/560a0840-237e-47bd-a596-74219bbc0c8a.jpg)