ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ଦମଦାର ବ୍ୟାଟିଂ ଏବେ ଯାଏଁ ଚର୍ଚ୍ଚାରେ ରହିଛି। ଚାରିଆଡୁ ବିରାଟ ଓ  ଅନୁଷ୍କାଙ୍କ ପାଖକୁ ପ୍ରଶଂସାର ସୁଅ ସୁଟି ଆସୁଛି।

Advertisment

ବିରାଟ କୋହଲି ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଟପିଯାଇଛନ୍ତି । ବିରାଟ ଶତକ ହାସଲ କରିବା ପରେ ଓ୍ବାଙ୍ଖଡ଼େ ଷ୍ଟାଡିୟମ ଗ୍ୟାଲେରିରେ ବସିଥିବା ତଥା ବାହାରେ ଖେଳ ଦେଖୁଥିବା  ଦର୍ଶକଙ୍କ କରତାଳି ଓ ବିରାଟବିରାଟ ଡାକରେ ଷ୍ଡାଡିୟମ ପ୍ରକମ୍ପିତ ହୋଇଥିଲା ।

ଏହି ସମୟରେ ସଚିନ ବି ନିଜକୁ ଅଟକାଇ ପାରି ନଥିଲେ। ଗ୍ୟାଲେରିରେ ବସିଥିବା ଅନୁଷ୍କାଙ୍କ ପାଖକୁ ଧାଇଁ ଆସିଥି‌ଲେ। ସ୍ବାମୀଙ୍କ ଦମଦାର ପ୍ରଦର୍ଶନ ଦେଖି ଖୁସିରେ କାନ୍ଦିବା ସହିତ ଝୁମି ଯାଇଥିବା ଅନୁଷ୍କାଙ୍କୁ ସଚିନ ଭେଟିଥିଲେ। ଆଉ ସ୍ବାମୀଙ୍କ ଏହି ବିଜୟ ପାଇଁ ଅନୁଷ୍କାଙ୍କ କାନ୍ଧକୁ ଥାପୁଡ଼ାଇ ଶୁଭେଚ୍ଛା ଜଣାଇଥିଲେ ସଚିନ। ସଚିନ ଓ ଅନୁଷ୍କାଙ୍କୁ ଗୋଟିଏ ଫ୍ରେମରେ ଦେଖି ଉଭୟ କ୍ରିକେଟ ଓ ସିନେ ପ୍ରେମୀ ଖୁସି ହୋଇଯାଇଛନ୍ତି।

ତେବେ ଶତକ ହାସଲ କରିବା ପରେ ପଡ଼ିଆ ମଝିରେ ବିରାଟଙ୍କ ସଚିନଙ୍କ ପ୍ରତି ଥିବା ସମ୍ମାନ ବି ଚର୍ଚ୍ଚାରେ ରହିଛି। କାରଣ ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ବିରାଟ ପଡ଼ିଆ ମଝିରେ ନଇ ପଡ଼ି ସଚିନଙ୍କୁ ନମସ୍କାର ଜଣାଇଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।