ନୂଆଦିଲ୍ଲୀ: ଚିର ସବୁଜ କ୍ରିକେଟର ଓ ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ଗୁରୁବାର ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇ ଥିଲେ ମଧ୍ୟ ବିତର୍କରୁ ବଞ୍ଚିତ ହୋଇଛନ୍ତି। ବିରୋଧି ଦଳର ହଙ୍ଗାମା ଯୋଗୁଁ ମାଷ୍ଟରବ୍ଲାଷ୍ଟରଙ୍କ ‘ଡେବ୍ୟୁ’ ଭଲ ରହିଲା ନାହିଁ। ବିରୋଧି ଦଳର ହଙ୍ଗାମା କାରଣରୁ ସଚିନ ନିଜର ମତାମତକୁ ରାଜ୍ୟସଭାରେ ଉପସ୍ଥାପନା କରିପାରି ନ ଥିଲେ। ବିରୋଧି ଦଳ ପକ୍ଷରୁ ଯୋରଦାର ହଙ୍ଗାମା ହେବାରୁ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ବିଶ୍ୱର ଲୋକପ୍ରିୟ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ୨୦୧୨ରେ ସାଂସଦ ଭାବରେ ମନୋନୀତ କରାଯାଇଥିଲା। ପାଞ୍ଚ ବର୍ଷ ସାଂସଦ ରହିବା ପରେ ସଚିନ ରାଜ୍ୟସଭାରେ ଗୁରୁବାର ‘ପ୍ରଥମ ଭାଷଣ’ ଦେବାର କାର୍ଯ୍ୟକ୍ରମ ଥିଲା। ସଚିନ ନିଜର ଭାଷଣ ଆରମ୍ଭ କରୁଥିବା ବେଳେ ବିରୋଧି ଦଳ ପକ୍ଷରୁ ଅଚାନକ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ବିରୋଧି ଦଳର ନେତାମାନେ ନିୟମିତ ଭାବରେ ମନମୋହନ ସିଂହଙ୍କୁ ନେଇ ହଙ୍ଗାମା କରିଥିଲେ। ‘ପ୍ରଥମ ଭାଷଣ’ ଲାଗି ସଚିନ ନିଜର ପତ୍ନୀ ଅଞ୍ଜଳିଙ୍କ ସହିତ ରାଜ୍ୟସଭାରେ ପହଞ୍ଚିଥିଲେ।
ବିରକ୍ତ ହୋଇ ଉପ-ରାଷ୍ଟ୍ରପତି କହିଲେ, ସଚିନଙ୍କୁ ଭାରତ ଦେଖୁଛି
ସଚିନ ଭାଷଣ ଆରମ୍ଭ କରୁଥିବା ସମୟରେ ବିରୋଧି ଦଳ ପକ୍ଷରୁ ହଙ୍ଗାମା ହେବାରୁ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ବିରକ୍ତି ପ୍ରକାଶ କରିଥିଲେ। ଭେଙ୍କିଆ କହିଥିଲେ, ଯେଉଁ ବ୍ୟକ୍ତି କିଛି କହିବାକୁ ଯାଉଛନ୍ତି, ସେ ଭାରତର ରତ୍ନ, ତାଙ୍କୁ ସମଗ୍ର ଦେଶ ଦେଖୁଛି। ଦୟାକରି ଶାନ୍ତି ରୁହନ୍ତୁ। ସୂଚନାଯୋଗ୍ୟ ଏହା ପୂର୍ବରୁ ସଚିନଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଥିଲା।
ସମାଜବାଦୀ ପାର୍ଟି ନେତା ଜୟା ବଚ୍ଚନ ସଚିନଙ୍କ ଭାଷଣ ବେଳେ କଂଗ୍ରେସର ହଙ୍ଗାମା ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଯିଏ ଦେଶର ସୁନାମ ଆଣିଛନ୍ତି, ତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ। କ’ଣ ଖେଳାଳି ଓ କଳାକାରଙ୍କୁ କହିବାକୁ ସୁଯୋଗ ଦିଆଯିବ ନାହିଁ? ମୁଁ ଭାବୁଛି, ସଚିନ ଏହାକୁ ନେଇ ବ୍ୟଥିତ ଥିବେ। କଂଗ୍ରେସ ନେତାମାନେ ସଚିନଙ୍କୁ କହିବାକୁ ସୁଯୋଗ ଦେବା ଦରକାର।
/sambad/media/post_attachments/wp-content/uploads/2017/12/sachin-rekha-300x210.jpg)
ସଚିନଙ୍କ ଭାଷଣ ଥିଲା ଏମିତି
/sambad/media/post_attachments/wp-content/uploads/2017/10/sachin-tendulkar-2016-the-ht-leadership-summit_2f6abbd6-b987-11e6-85ae-b37d8b2b78fb-300x169.jpg)
ବିତର୍କ ପୂର୍ବରୁ ସଚିନ ଦେଶରେ ଖେଳ ଓ ଖେଳାଳିଙ୍କୁ ନେଇ ଥିବା ବ୍ୟବସ୍ଥା, ଅଲମ୍ପିକ ପାଇଁ ପ୍ରସ୍ତୁତି ଓ କେମିତି ଭାରତୀୟ ଖେଳାଳି ବିଶ୍ୱରେ ସୁନାମ ଆଣିବେ, ଏହାରି ଉପରେ ମତାମତ ରଖିବାକୁ ଯୋଜନା କରିଥିଲେ। ଏହା ବ୍ୟତୀତ ସଚିନ ଆହୁରି ମଧ୍ୟ କହିବାର ଥିଲା ଯେ, ଦେଶ ପାଇଁ ପଦକ ଆଣୁଥିବା ଖେଳାଳିଙ୍କୁ ଅବସର ସମୟରେ ବହୁତ କମ ଟଙ୍କା ମିଳୁଛି। ବିଦ୍ୟାଳୟ ସ୍ତରରେ ଖେଳକୁ ଏକ ମହୋତ୍ସବ ହିସାବରେ ଉପସ୍ଥାପାନ କରିବାକୁ ସଚିନ କହିବାକୁ ଯୋଜନା ପ୍ରସ୍ତୁତ କରିଥିଲେ।
ସଂକ୍ଷେପରେ ସଚିନ ଆଉ ସଂସଦ
-କ୍ରିକେଟର ସଚିନ ଓ ଅଭିନେତ୍ରୀ ରେଖାଙ୍କୁ ୨୦୧୨ରେ ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିଲା।
-ରାଜ୍ୟସଭା ସାଂସଦ ଭାବରେ ମହରାଷ୍ଟ୍ରର ‘ଦୌଜା’ ଗ୍ରାମକୁ ପୋଷ୍ୟ ଭାବରେ ସେ ଗ୍ରହଣ କରିଛନ୍ତି।
-ନିକଟରେ ଏହି ଗ୍ରାମକୁ ୪ କୋଟି ଟଙ୍କା ଦେଇଥିଲେ। ଆଦର୍ଶ ଗ୍ରାମ ଯୋଜନାରେ ସଚିନଙ୍କ ଏହା ହେଉଛି ୨ୟ ଗ୍ରାମ।
-ଏପର୍ଯ୍ୟନ୍ତ ୩୪୮ ଦିନରେ ସଚିନ ୨୩ ଦିନ ଓ ରେଖା ୧୮ ଦିନ ସଂସଦରେ ଉପସ୍ଥିତ ଅଛନ୍ତି।
-ବର୍ତମାନ ରାଜ୍ୟସଭାରେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି। ଏଥିରେ ଅନୁ ଆଗା, ସମ୍ଭାଜୀ ଛତ୍ରପତି, ରୂପା ଗାଙ୍ଗୁଲି, ନରେନ୍ଦ୍ର ଯାଧବ, ଏମ୍ସି ମେରିକମ୍, କେ ପାରାସରନ, ଗୋପୀ ସୁରେଶ, ସୁବ୍ରମଣ୍ୟମ ସ୍ୱାମୀ ଓ କେଟିଏସ ତୁଳସୀ ସାମିଲ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/sachin_tendulkar.jpeg)
/sambad/media/post_attachments/wp-content/uploads/2017/11/Venkaiah-Naidu-300x224.jpg)