ନୂଆଦିଲ୍ଲୀ: ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତିକ ଖେଳ ଜୀବନ ଆରମ୍ଭ କରିଥିବା ସଚିନ୍‌ ‌ତେନ୍ଦୁଲକର ଯେ ଦିନେ କ୍ରିକେଟ୍‌ର ଭଗବାନ ବୋଲାଇବେ, ଏକଥା କେହି କଳ୍ପନା ବି କରିନଥିଲେ। ୨୪ ବର୍ଷ ଧରି କ୍ରିକେଟ୍‌ ଜୀବନ ମଧ୍ୟରେ ଅନେକ କୀର୍ତ୍ତିମାନ ତାଙ୍କ ନାମରେ ରହିଛି। ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍‌ ସହିତ ଶତକ ଓ ଅର୍ଦ୍ଧଶତକରେ ବି ସେ ଆଗରେ ଅଛନ୍ତି। ଏବେ ସେ କ୍ରିକେଟ ଖେଳୁନଥିଲେ ମଧ୍ୟ କ୍ରିକେଟ ସହ ଜଡ଼ିତ ବିଭିନ୍ନ କାମରେ ସେ ସକ୍ରିୟ ରହିଛନ୍ତି। ତେବେ ଆପଣ ଜାଣନ୍ତି କି, କ୍ରିକେଟର ଭଗବାନ ଭାବେ ଜଣାଶୁଣା ସଚିନ୍ ବିଶ୍ବର ସବୁଠାରୁ ଧନୀ କ୍ରିକେଟର।

Advertisment

publive-image

ଯଦି କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ବିଶ୍ବର ସବୁଠୁ ଧନୀ କ୍ରିକେଟର ହେଲେ ସଚିନ୍ ତେନ୍ଦୁଲକର । କ୍ରିକେଟ ନଖେଳି ବି ସେ ବିଭିନ୍ନ ବିଜ୍ଞାପନ ଓ ବିନିଯୋଗରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ସଚିନ୍ ବିଏମଡବ୍ଲୁ, ପେପ୍ସି ଓ ଏମଆରଏଫ ଭଳି କମ୍ପାନିର ବିଜ୍ଞାପନ କରି କୋଟି କୋଟି ଟଙ୍କା ନେଉଥିବା ବେଳେ ଅନେକ କମ୍ପାନିରେ ସେ ବିନିଯୋଗ କରିଛନ୍ତି। ୨୦୨୩ ମସିହା ସୁଦ୍ଧା ସଚିନ୍ ୧୩୦୦ରୁ ଅଧିକ କୋଟି ଟଙ୍କାର ମାଲିକ ହୋଇସାରିଛନ୍ତି । ଏହି ସଂଖ୍ୟା ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲିଙ୍କଠାରୁ ଢ଼େର ଅଧିକ। ଯଦି ଆମେ ସୂଚୀକୁ ଦେଖିବା, ତେବେ ପ୍ରଥମ ୩ରେ ଭାରତୀୟ କ୍ରିକେଟର ରହିଛନ୍ତି । ପ୍ରଥମ ସ୍ଥାନରେ ସଚିନ୍ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଧୋନୀ ଓ ତୃତୀୟ ସ୍ଥାନରେ ବିରାଟ ରହିଛନ୍ତି ।