ବିଶ୍ୱକପ୍‌: ଆଫଗାନିସ୍ତାନ ବିପକ୍ଷରେ ଧୋନି-କୋଦାରଙ୍କ ବ୍ୟାଟିଂ ମଂଥର ଥିଲା: ସଚିନ୍‌ ତେନ୍ଦୁଲକର

ନୂଆଦିଲ୍ଲୀ: ବିଶ୍ୱର ଜଣାଶୁଣା ଓ ଲୋକପ୍ରିୟ ସଚିନ ତେନ୍ଦୁଲକର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ମୁକାବିଲାରେ ଭାରତର ମିଡିଲ ଅର୍ଡର ଦ୍ୱାରା କରାଯାଇଥିବା ମଂଥର ବ୍ୟାଟିଂ ନେଇ ଖୁସି ଅନୁଭବ କରି ନାହାନ୍ତି। ସଚିନ ଗଣମାଧ୍ୟମକୁ କହିଛନ୍ତି, ସାଉଥମ୍ପଟନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ଯେଉଁ ଭାଗିଦାରୀ ହୋଇଥିଲା, ତାହା ବହୁତ ମଂଥର ଗତି ଥିଲା।

ଧୋନି ଏହି ମ୍ୟାଚ୍‌ରେ ୫୨ ବଲ ଖେଳି ୩ ଚୌକା ସାହାଯ୍ୟରେ ୨୮ ରନ୍‌ କରିଥିଲେ। ଭାରତ ଏହି ମୁକାବିଲାରେ ୫୦ ଓଭରରେ ୮ ଓ୍ଵିକେଟରେ ୨୨୪ ରନ କରିଥିଲା। ମାତ୍ର ଭାରତର ବୋଲର ମାନେ ଆଫଗାନିସ୍ତାନ ଟିମକୁ ୪୯.୫ ଓଭରରେ ୨୧୩ ରନରେ ଅଲଆଉଟ୍‌ କରି ଦେଇଥିଲା। ବିରାଟ କୋହଲିଙ୍କ ଟିମ୍‌ ୧୧ ରନରେ ମ୍ୟାଚ୍‌ ଜିତିଛି। ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ୬୭ ରନ୍‌ କରିଥିଲେ। କେଦାର ଯାଦବ ୬୮ ବଲ ଖେଳି ୩ ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍‌ ସଂଗ୍ରହ କରିଥିଲେ।

ସଚିନ କହିଛନ୍ତି, ମୋତେ ସାମାନ୍ୟ ନିରାଶ ଲାଗିଥିଲା। ଏହା ଆହୁରି କିଛି ଭଲ ହୋଇପାରିଥାନ୍ତା ଉଭୟ ବ୍ୟାଟସ୍‌ମ୍ୟାନଙ୍କ ମଧ୍ୟରେ ଯେଉଁ ଭାଗିଦାରୀ ହୋଇଛି, ବହୁତ ମଂଥର ଥିଲା। ଆମେ ୩୪ ଓଭର ଯାଏଁ ସ୍ପିନରଙ୍କ ସମ୍ମୁଖୀନ ହୋଇଥିଲେ କିନ୍ତୁ ୧୧୯ ରନ୍‌ କରିପାରିଥିଲେ।

ଯାଦବ ଓ ଧୋନି ୫ମ ଓ୍ଵିକେଟ ପାଇଁ ୮୪ ବଲରୁ ୫୭ ରନ୍‌ ଯୋଡ଼ିଥିଲେ। ବିରାଟ କୋହଲି ୩୮ତମ ଓଭରରେ ଆଉଟ୍‌ ହୋଇଥିଲେ। ଏହା ପରେ ୪୫ ଓଭର ଯାଏଁ ବହୁତ କମ୍‌ ରନ୍‌ ସଂଗ୍ରହ ହୋଇଥିଲା।

ସମ୍ବନ୍ଧିତ ଖବର