ସଚିନଙ୍କ ପୁଅଙ୍କୁ ମିଳିଲା ଭାରତୀୟ କ୍ରିକେଟରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ସୁଯୋଗ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ମନୋନୀତ ହୋଇଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଜାନୁଆରି ୧୩ ତାରିଖରେ ମହାରାଷ୍ଟ୍ର ବିପକ୍ଷରେ ହେବାକୁ ଥିବା ଖେଳରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିପାରନ୍ତି।

ମୁମ୍ବାଇର ରଣଜୀ ଟ୍ରଫି ଦଳର କ୍ୟାପଟେନ ଓପନର ପୃଥୀ ସାଁଙ୍କୁ ଦିଆଯାଇଛି। ସେ ପ୍ରଥମ ଦୁଇଟି ମ୍ୟାଚରେ ମୁମ୍ବାଇ କ୍ରିକେଟ୍ ଦଳର ନେତୃତ୍ୱ ନେବେ। ମୁମ୍ବାଇ ହେଉଛି ୪୧ ଥରର ରଣଜୀ ଚାମ୍ପିଅନ୍ ।  ଫେବୃଆରି ୨୦୨୧ ରେ ଆୟୋଜିତ ହୋଇଥିବା ଆଇପିଏଲ୍ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଗୋଟିଏ ସିଜନ ପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମୁକ୍ତ କରିଥିଲା। ଆସନ୍ତା ମାସରେ ଆଇପିଏଲ୍ ୨୦୨୨ ନିଲାମରେ ଅର୍ଜୁନ ତେନ୍ଦୁଲକରଙ୍କୁ ପୁଣି ଥରେ କିଣାଯିବ।|

Did Sachin Tendulkar break silence on son Arjun's criticism with cryptic Tweet? | Cricket News – India TV

ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ରଣଜୀ ଟ୍ରଫି ପାଇଁ ମୁମ୍ବାଇର ଦଳ ଘୋଷଣା କରିଛି। ଯାହାର କ୍ୟାପଟେନ ଓପନର ପୃଥୀ ସାଁ ରହିଛନ୍ତି। ୨୦ ଜଣିଆ ସଦସ୍ୟ ଟିମରେ ଅର୍ଜୁନ ତେନ୍ଦୁଲକରଙ୍କୁ ମଧ୍ୟ ଚୟନ କରାଯାଇଛି। ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ମିଳିବ । ତେବେ କେବଳ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି। ମୁମ୍ବାଇର ଦଳ ଜାନୁଆରି ୧୩ ରୁ ୧୬ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିପକ୍ଷରେ ଓ ଜାନୁଆରି ୨୦ ରୁ ୨୩ ପର୍ଯ୍ୟନ୍ତ କୋଲକାତାରେ ଦିଲ୍ଲୀ ବିପକ୍ଷରେ ଦ୍ବିତୀୟ ମ୍ୟାଚ ‌ଖେଳିବ।

 

ସମ୍ବନ୍ଧିତ ଖବର