ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ ସଚିନ ତେନ୍ଦୁଲକର, ପ୍ରଶଂସକଙ୍କୁ ଦେଲେ ଏହି ବାର୍ତ୍ତା

ନୂଆଦିଲ୍ଲୀ: ଭାରତ ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ନାଗରିକମାନେ ଜଣେ ଅନ୍ୟକୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ଦିନିକିଆ ଶୃଙ୍ଖଳା ଜିତି ଦେଶବାସୀଙ୍କୁ ଉପହାର ଦେଇଛି। ତିନି ମ୍ୟାଚ୍‌ର ଶୃଙ୍ଖଳାରେ ଟିମ ଇଣ୍ଡିଆ ୨-୦ରେ ବିଜୟ ହାସଲ କରିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇଯାଇଥିଲା। ଟିମ୍‌ ଇଣ୍ଡିଆ ଶେଷ ଦିନିକିଆକୁ ଏକତରଫା ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆର ବିଜୟରେ ଖୁସି ହୋଇ ପୂର୍ବତନ କ୍ରିକେଟରମାନେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ନିଜର ପ୍ରଶଂସକଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି।

ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି, ଆଜି ଆମେ ସ୍ୱାଧୀନତାର ୭୨ ବର୍ଷ ପୂରଣ କରିଛେ। ଆମେ ଏହି ଦେଶରେ ବସବାସ କରୁଛୁ, ଯେଉଁଠାରେ ବହୁ ଧର୍ମ ଓ ବହୁ ଭାଷାଭାଷୀର ଲୋକେ ରୁହନ୍ତି। ଆମେ ଏକତା ସୂତରେ ବାନ୍ଧି ରହିବା। ଆଗାମୀ ପୀଢ଼ି ପାଇଁ କାମ କରିବା ବୋଲି ସଚିନ ବାର୍ତ୍ତା ଦେଇଛନ୍ତି। ଶିଶୁ ଯେତେବେଳେ ୨ ବର୍ଷର ହୋଇ ଯାଇଥାଏ, ତା’ର ୮୦ ପ୍ରତିଶତ ମାସସିକତା ବିକଶିତ ହୋଇଯାଇଥାଏ।

ସମ୍ବନ୍ଧିତ ଖବର