‘ଗଡ୍‌ ଅଫ୍‌ କ୍ରିକେଟ୍‌’ଙ୍କ ଜନ୍ମଦିନ! ତାଙ୍କ ସଂପର୍କିତ କିଛି ନିଆରା କଥା: ବାପାଙ୍କୁ ଦେଇଥିବା କଥା ପାଇଁ ୨୦ କୋଟି ଟଙ୍କାର ମଦ ବିଜ୍ଞାପନକୁ ନାଁ କହିଲେ ସଚିନ

ନୂଆଦିଲ୍ଳୀ: ଏପ୍ରିଲ୍‌ ୨୪ ତାରିଖ ହେଉଛି ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ ସାରା ବିଶ୍ୱ ପାଳନ କରେ। ସଚିନ ହେଉଛନ୍ତି ଏମିତି ଜଣେ ଖେଳାଳି  ଯିଏକି ଖୁବ୍‌ କମ୍‌ ବୟସରୁ ଅନେକ ସଫଳତା ହାତେଇଛନ୍ତି। ତେବେ, ଚାଲନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ କିଛି ସ୍ୱତନ୍ତ୍ର କଥା ଜାଣିବା।

: ସଚିନଙ୍କ ଜନ୍ମ ଏକ ଉଚ୍ଚକୂଳର ପରିବାରରେ। ତାଙ୍କ ବାପା ଜଣେ ଲେଖକ ଏବଂ କବି। ତାଙ୍କ ଭାଇ ମଧ୍ୟ ଜଣେ ଗୁଣୀ ଚିତ୍ରକର।

: ପ୍ରସିଦ୍ଧ ସଂଗୀତଜ୍ଞ ସଚିନ୍ ଦେଭ ବର୍ମନଙ୍କ ନାମ ଅନୁସାରେ ସଚିନଙ୍କ ନାମକରଣ କରାଯାଇଥିଲା, ଏହି ଆଶାରେ କି ସଚିନ ଜଣେ ସଂଗୀତଜ୍ଞ ହେବେ। ମାତ୍ର ସଚିନଙ୍କର ପିଲାଟି ଦିନରୁ ହିଁ ସଂଗୀତ ପ୍ରତି ତିଳେ ବି ଦୁର୍ବଳତା ନଥିଲା।

: ୧୪  ବର୍ଷ ବୟସରେ ୧୯୮୭ ମସିହାରେ ଭାରତ-ଜିମ୍ବାେଓ୍ଵରେ ମଧ୍ୟରେ ହେଉଥିବା ବିଶ୍ୱ କପ୍‌ରେ ସଚିନ ବଲ୍‌-ବଏ ଥିଲେ।

: ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮, ୨୦୧୦ ମସିହାରେ ୧୦୦୦ ଲେଖାଏଁ ଟେଷ୍ଟ୍‍ ରନ୍‌ କରିଥିବା ସଚିନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ‘ରନ୍‌ ମେସିନ୍‌’ ନାମରେ ଲୋକେ ଜାଣିଲେ।

: ସଚିନ ତେନ୍ଦୁଲକର ପ୍ରଥମ ଥର ପାଇଁ ‘ଷ୍ଟମ୍ପଡ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ନଜର ଆସିଥିଲେ।

: ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନିର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ବିଜ୍ଞାପନ କଲେ ନାହିଁ। ସଚିନ ପିଲାଦିନେ ତାଙ୍କ ବାପାଙ୍କୁ କଥା ଦେଇଥିଲେ ଯେ ସେ ମଦ ପିଇବେ ନାହିଁ କି ଏହାକୁ ପ୍ରୋତ୍ସାହନ ଦେବେ ନାହିଁ।

ସମ୍ବନ୍ଧିତ ଖବର