ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ ଭାରତୀୟ ଜର୍ସି ପିନ୍ଧିବେ। ତାଙ୍କ ସହ ଶ୍ରୀଲଙ୍କାର ପୂର୍ବତନ ୱିକେଟ୍‌ରକ୍ଷକ କୁମାର ସାଙ୍ଗାକାରା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ। ଉଭୟ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍‌ର ପ୍ରଥମ ସଂସ୍କରଣରେ ଯଥାକ୍ରମେ ଭାରତ ଓ ଶ୍ରୀଲଙ୍କା ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ‌ଚଳିତମାସ ୨୨ ତାରିଖରୁ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ, ବଡ଼ୋଦରା ଓ ରାୟପୁରରେ ଖେଳାଯିବ।

Advertisment

 ଭାରତୀୟ ମାଷ୍ଟର୍ସ ଦଳରେ ସଚିନଙ୍କ ସହ ବିଶ୍ବକପ୍ ବିଜୟୀ ଯୁବରାଜ ସିଂହ, ସୁରେଶ ରାଇନା, ପୂର୍ବତନ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ, ଅମ୍ବାତି ରାୟୁଡୁଙ୍କ ଭଳି ଖେଳାଳିଙ୍କୁ ଦେଖିବାକୁ ମିଳିବ। ସଚିନ ଏଥିନେଇ ଅଭ୍ୟାସ ଆରମ୍ଭ କରି ସାରିଲେଣି। ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମାଷ୍ଟର୍ସ ଲିଗ୍‌ର ଉଦ୍‌ଘାଟନୀ ସଂସ୍କରଣକୁ ନେଇ ସେ କହିଛନ୍ତି, ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାରତୀୟ ମାଷ୍ଟର୍ସ ଦଳର ଅଧିନାୟକ ନିଯୁକ୍ତ ହୋଇ ମୁଁ ବେଶ୍ ଉଲ୍ଲସିତ।